ଚଳିତ ସପ୍ତାହରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେଜଲ୍ଟ

Exam (2)

Exam (2)

Ordigital Desk
  • Published: Wednesday, 07 September 2022
  • Updated: 07 September 2022, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ସପ୍ତାହରେ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ-୨୦୨୦) ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବ । ୨୦୨୧ ଅଗଷ୍ଟ ୨୭ତାରିଖରେ ୩୯୨ଟି ପଦବୀ ନିମନ୍ତେ ଓସିଏସ୍‌-୨୦୨୦ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

https://twitter.com/satyajitips88/status/1567489182708252677?s=20&t=dQDdyB8ZjJVAd9oWrt0R-w

ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଆଜି ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୦ର ଲିଖିତ ପରୀକ୍ଷା ଫଳ ଚଳିତ ସପ୍ତାହ ଶେଷସୁଦ୍ଧା ପ୍ରକାଶ ପାଇବ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ସେପ୍ଟେମ୍ବର ତୃତୀୟ ସପ୍ତାହରେ ସାକ୍ଷାତକାର ନିମନ୍ତେ ଡକାଯିବ । ଅଧିକ ତଥ୍ୟ ଆୟୋଗଙ୍କ ୱେବସାଇଟରେ ଉଲ୍ଲେଖ ରହିଛି ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ୩୯୨ଟି ପ୍ରଶାସନିକ ସେବା ପଦବୀ ନିମନ୍ତେ ପ୍ରିଲିମିନାରୀ ପରୀକ୍ଷା ୨୦୨୧ ଅଗଷ୍ଟ ୨୭ତାରିଖରେ ହୋଇଥିଲା । ଏହାର ଫଳ ୨୦୨୧ ନଭେମ୍ବର ମାସରେ ପ୍ରକାଶ ପାଇବା ପରେ ମେନ୍ (ଲିଖିତ) ପରୀକ୍ଷା ୨୦୨୨ ଜାନୁୟାରୀରୁ ଫେବୃୟାରୀ ୫ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ସପ୍ତାହରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ତଥା ସେପ୍ଟେମ୍ବର ତୃତୀୟ ସପ୍ତାହରେ ସଫଳ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos