Advertisment

ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର

ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

pintu nanda

pintu nanda

Advertisment

ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର। ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଯକୃତରେ ସମସ୍ୟା ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି। ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ଆହୁରି ସଂକଟାପନ୍ନ ହୋଇପାରେ ବୋଲି ଜଣାପଡିଛି।

Advertisment

ଏନେଇ ଅଭିନେତା ଶ୍ରୀତମ ଦାସଙ୍କ ସୂଚନା ଦେଇଛନ୍ତି। ଶ୍ରୀତମ କହିଛନ୍ତି, ଲିଭର ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିବା ଡାକ୍ତର କହି ସାରିଛନ୍ତି। ଏଥିପାଇଁ ବହୁ ଟଙ୍କା ଆବଶ୍ୟକ। ଯକୃତ ଡୋନର ମଧ୍ୟ ଆବଶ୍ୟକ। ଏନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁକ୍ ମାଣ୍ଡବ୍ୟଙ୍କ ପିଏଙ୍କ ସହ କଥା ହୋଇଛନ୍ତି। ପିଣ୍ଟୁଙ୍କୁ ଭଲ କରିବା ନିମନ୍ତେ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ହାତ ବଢ଼ାଇଛନ୍ତି। ତାଙ୍କ ପାଇଁ ଯାହା କରାଯାଇପାରିବ, ସାହାଯ୍ୟ କରାଯିବ। ମୁନ୍ନା ଖାଁ, ଆକାଶ, ସବ୍ୟସାଚୀ ପ୍ରଭୃତି ସିନେଷ୍ଟାରମାନେ ଯାହା ନିଷ୍ପତ୍ତି ନେବେ କରାଯିବ।

Ollywood Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe