Advertisment

ଓଲିଉଡ୍ ଅଭିନେତ୍ରୀଙ୍କ ପାଲଟା ଅଭିଯୋଗ: କହିଲେ-ସେ ମୋଠାରୁ ଲୁଟ୍‌ କରି ମୋତେ ବ୍ଲେମ୍‌ କରୁଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ, ପ୍ରତାରଣା ଓ ଧୋକା ଅଭିଯୋଗ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକ। କହିଛନ୍ତି ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ। ମୁଁ କାହାକୁ ଠକି ନାହିଁ ବରଂ ସେ ମୋଠାରୁ ଲୁଟ୍‌ କରି ମୋତେ ବ୍ଲେମ୍‌ କରିଛନ୍ତି। ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଚିନ୍ମୟୀ କହିଛନ୍ତି ଯେ, ‘ଜଣେ ସେଲେବ୍ରିଟି ଭାବରେ ଏପରି ଅନେକ ଅସୁବିଧା ହୋଇଥାଏ। ସେହି ଯୁବକଙ୍କ ସହିତ ମୋର ଫେସ୍‌ବୁକରୁ ଚିହ୍ନା […]

ଅଦ୍ୟତନ ହୋଇଛି
ଓଲିଉଡ୍ ଅଭିନେତ୍ରୀଙ୍କ ପାଲଟା ଅଭିଯୋଗ: କହିଲେ-ସେ ମୋଠାରୁ ଲୁଟ୍‌ କରି ମୋତେ ବ୍ଲେମ୍‌ କରୁଛନ୍ତି

heroine

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ, ପ୍ରତାରଣା ଓ ଧୋକା ଅଭିଯୋଗ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ନାୟକ। କହିଛନ୍ତି ମୋ ବିରୋଧରେ ଆସିଥିବା ଅଭିଯୋଗ ମିଛ। ମୁଁ କାହାକୁ ଠକି ନାହିଁ ବରଂ ସେ ମୋଠାରୁ ଲୁଟ୍‌ କରି ମୋତେ ବ୍ଲେମ୍‌ କରିଛନ୍ତି।

Advertisment

ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଚିନ୍ମୟୀ କହିଛନ୍ତି ଯେ, ‘ଜଣେ ସେଲେବ୍ରିଟି ଭାବରେ ଏପରି ଅନେକ ଅସୁବିଧା ହୋଇଥାଏ। ସେହି ଯୁବକଙ୍କ ସହିତ ମୋର ଫେସ୍‌ବୁକରୁ ଚିହ୍ନା ହୋଇଥିଲା। ସେ ମୋର ଫ୍ୟାନ୍‌ ବୋଲି ପ୍ରଥମେ ତାଙ୍କର ପରିଚୟ ଦେଇଥିଲେ। ପରେ ମୁଁ ତାଙ୍କୁ ନମ୍ୱର ଦେଇଥିଲି ଏବଂ ସେ ମୋ ସହିତ କଥା ହୋଇଥିଲେ। ଜଣେ ସାଙ୍ଗ ଭାବରେ ସେ ମୋ ପାଖକୁ ବମ୍ୱେରୁ ଓଡ଼ିଶା ଦେଖା କରିବା ପାଇଁ ଆସିଥିଲେ।’

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି, ‘ଓଡ଼ିଶା ଆସିବା ପରେ ମୁଁ ତାଙ୍କର ଭଲରେ ଆଦର ସତ୍କାର କରି ଓଡ଼ିଶାର ସମସ୍ତ ସ୍ଥାନ ବୁଲାଇଥିଲି। ତାଙ୍କୁ କିଛି ଟଙ୍କାର ଆବଶ୍ୟକତା ଥିଲା, ତେଣୁ ମୁଁ ତାଙ୍କୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲି। ସେହି ଟଙ୍କାରୁ ସେ ମୋତେ ୫୦ ହଜାର ଟଙ୍କା ଫେରାଇ ଦେଇଛନ୍ତି କିନ୍ତୁ ବଳକା ଫେରାଇ ନାହାନ୍ତି।’

Advertisment

କିନ୍ତୁ ସାଙ୍ଗଠାରୁ ଅଧିକ ଆଶା କରି ବିବାହ ପ୍ରସ୍ତାବ ଦେବାରୁ ମୁଁ ମନା କରିଥିଲି। ତାଙ୍କ କଥାରେ ରାଜି ନହେବାରୁ ସେ ମୋତେ ମିଡିଆରେ ଫ୍ଲାସ୍‌ କରିବି ବୋଲି ଧମକ ଦେଇଥିଲେ। ସେଥିପାଇଁ ଏବେ ମୋ ନାଁରେ ଏପରି ଅଭିଯୋଗ କରିଛନ୍ତି। ଯାହାର କୌଣସି ସତ୍ୟତା ନାହିଁ।

ଓଲଟା ମୋଠାରୁ ଲୁଟ୍‌ କରି ସ୍ୱାର୍ଥ ପୂରଣ ନହେବାରୁ ମୋତେ ବ୍ଲେମ୍‌ କରିବାକୁ ଚେଷ୍ଟା କରୁଛନ୍ତି। ଏସବୁ ଦ୍ୱାରା ମୋର ବଦନାମ୍‌ ହେଉଛି। ତେଣୁ ମୁଁ କୋର୍ଟର ଆଶ୍ରୟ ନେବି ବୋଲି ଅଭିନେତ୍ରୀ ଜଣକ କହିଛନ୍ତି।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ପଦ୍ମରାଜୁ ରବିକୁମାର ନାମକ ଜଣେ ଯୁବକ ଅଭିନେତ୍ରୀ  ଚିନ୍ମୟୀଙ୍କ ନାମରେ ସାଂଘାତିକ୍‌ ଅଭିଯୋଗ ଆଣିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିବା ଅଭିଯୋଗ ହୋଇଛି।  ବିଭିନ୍ନ ସମୟରେ ସେ ଅଭିନେତ୍ରୀଙ୍କୁ ଲାପଟପ, ୨ଲକ୍ଷ ଟଙ୍କା ସହ ଚେନ ଦେଇଥିଲେ। ପରେ ଅଭିନେତ୍ରୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ଠକିଥିବା କମିଶନରେଟ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ପଦ୍ମରାଜୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe