ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ଯବାନ

ଯାଜପୁର (ଓଡ଼ିଶା ରିପୋର୍ଟର): ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ ସଂଗ୍ରାମ କେଶରୀ ଜେନା। ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ ସାମିଲ ହୋଇ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି। ନିକଟରେ ଜବଲପୁରରେ ଆୟୋଜିତ ଏକ ଡେୟାର ଡେଭିଲ୍‌ ଶୋ’ ରେ ଭାଗ ନେଇ ସଂଗ୍ରାମ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ଖାଲି ଓଡ଼ିଶା ନୁହେଁ ଦେଶ ପାଇଁ ଗୌରବ ଆଣିଛି। […]

od1

Puspanjali Panda
  • Published: Sunday, 24 November 2019
  • , Updated: 24 November 2019, 05:23 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱ ରେକର୍ଡ କଲେ ଓଡ଼ିଆ ଯବାନ ସଂଗ୍ରାମ କେଶରୀ ଜେନା। ଭାରତୀୟ ସେନାର ସିଗ୍ନାଲ ବିଭାଗର ଡେୟାର ଡେଭିଲ୍‌ ଟିମ୍‌ରେ ସାମିଲ ହୋଇ ସେ ଏହି ବିଶ୍ୱ ରେକର୍ଡ କରିଛନ୍ତି।

ନିକଟରେ ଜବଲପୁରରେ ଆୟୋଜିତ ଏକ ଡେୟାର ଡେଭିଲ୍‌ ଶୋ’ ରେ ଭାଗ ନେଇ ସଂଗ୍ରାମ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ତାଙ୍କର ଏହି ସଫଳତା ଖାଲି ଓଡ଼ିଶା ନୁହେଁ ଦେଶ ପାଇଁ ଗୌରବ ଆଣିଛି। ସଂଗ୍ରାମ, ବୁଲେଟ ଗାଡ଼ି ଉପରେ ୧୧ ଫୁଟ୍ ଉଚ୍ଚ ସିଡ଼ି ଉପରେ ଚଢ଼ି ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡ୍‌ରେ ୧୨୮ କିଲୋମିଟର ପରିକ୍ରମା କରିଥିଲେ।

ପୂର୍ବରୁ ବିଏସ୍‌ଏଫ୍‌ ଯବାନ ଅବଦେଶ ସିଂ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ସଂଗ୍ରାମଙ୍କ ଘର ଯାଜପୁର ଜିଲ୍ଲା ବରୀରେ। ତାଙ୍କୁ ଏହି ସଫଳତା ମିଳିବା ପରେ ସେ ଯେତେବେଳେ ତାଙ୍କ ଜନ୍ମମାଟିରେ ପହଞ୍ଚିଥିଲେ, ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକ ଖୋଲା ଜିପ୍‌ରେ ଜନ୍ମମାଟି ବାଲିଆକୁ ନିଆଯିବା ରାସ୍ତାରେ ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନ ଓ ଶହ ଶହ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପରେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି।

ରେକର୍ଡ ସୃଷ୍ଟି କରିବା ପରେ ସଂଗ୍ରାମ କହିଛନ୍ତି, ‘ଟ୍ରେନିଂ ନେଇ ଅଭ୍ୟାସ କରିବାରେ ମୋତେ ବର୍ଷେ ଲାଗି ଯାଇଥିଲା। ପ୍ରତିଦିନ ୫ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥାଏ। ତା’ ଭିତରେ ବି ମୁଁ ୨-୩ଥର ଗାଡ଼ିରୁ ପଡ଼ିଛି’।

Related story