Advertisment

ସିଡିଏସ ବିପିନ୍ ରାୱତଙ୍କ ହେଲିକପ୍ଟରରେ ଥିବା ଓଡ଼ିଆ ଯବାନ ବି ମୃତ

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସମ୍ପର୍କୀୟ ବିଟୁ ଦାସ ଏହି ସୂଚନା ଦେଇଛନ୍ତି। ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି […]

author-image
Tapas Behera
ଅଦ୍ୟତନ ହୋଇଛି
ସିଡିଏସ ବିପିନ୍ ରାୱତଙ୍କ ହେଲିକପ୍ଟରରେ ଥିବା ଓଡ଼ିଆ ଯବାନ ବି ମୃତ

hik

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର  ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସମ୍ପର୍କୀୟ ବିଟୁ ଦାସ ଏହି ସୂଚନା ଦେଇଛନ୍ତି।

Advertisment

ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ  ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।

ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଭଗବାନ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରି ଗଭୀର ସମବେଦନା ଜଣାଇଛନ୍ତି ବୈଜୟନ୍ତ ।
https://twitter.com/Panda_Odia/status/1468793708690608130?s=20

Advertisment

ଉକ୍ତ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏବାବଦରେ ସ୍ପଷ୍ଟ କରାଯାଇଛି । କୋଏମ୍ବାଟୁର୍‌ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍‌’ ରାୱତ୍ ହେଲିକପ୍ଟର୍‌ ଯୋଗେ କୁନୁର୍‌ର ୱେଲିଂଟନ୍ ଅଭିମୁଖେ ଯାତ୍ରା କରୁଥିଲେ।  ୱେଲିଂଟନ୍‌ଠାରେ  ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଏମଆଇ-ସିରିଜ୍‌ ହେଲିକପ୍ଟରରେ ଯାଉଥିଲେ। ତେବେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ୍‌ ଜେନେରାଲ ରାୱତ, ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।  ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।

Army Chopper Crash CDS Bipin Rawat