Advertisment

ଏଥର ସହଜରେ ବିଶ୍ଵବ୍ୟାପୀ ମିଳିବ ଓଡ଼ିଆ ପୁସ୍ତକ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ସାହିତ୍ୟ ତଥା ଭାରତର ଅନ୍ୟ ସମସ୍ତ ଭାଷାର ସୃଜନ ସମଗ୍ର ଏଥର ସାରା ବିଶ୍ଵରେ ସହଜରେ ପହଞ୍ଚି ପାରିବ। ଆମେରିକାରେ ବର୍ତ୍ତମାନ ପ୍ରାୟ ୫୦ ଲକ୍ଷ ଭାରତୀୟ ବାସ କରୁଥିବା ବେଳେ ସେମାନେ ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଓଡ଼ିଆ ବହି ପାଇ ପାରୁନାହାନ୍ତି। ସେହିପରି ବିଦେଶରେ ମଧ୍ୟ ଅନ୍ୟ ଭାରତୀୟ ଭାଷାର ସାହିତ୍ୟ ମିଳିପାରୁନାହିଁ। ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ବ୍ଲାକ୍ ଇଗଲ୍ ବୁକ୍ସ୍ (www.blackeaglebooks.org) ନାମରେ ଏକ […]

ଅଦ୍ୟତନ ହୋଇଛି
ଏଥର ସହଜରେ ବିଶ୍ଵବ୍ୟାପୀ ମିଳିବ ଓଡ଼ିଆ ପୁସ୍ତକ

2

Advertisment

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷା ସାହିତ୍ୟ ତଥା ଭାରତର ଅନ୍ୟ ସମସ୍ତ ଭାଷାର ସୃଜନ ସମଗ୍ର ଏଥର ସାରା ବିଶ୍ଵରେ ସହଜରେ ପହଞ୍ଚି ପାରିବ। ଆମେରିକାରେ ବର୍ତ୍ତମାନ ପ୍ରାୟ ୫୦ ଲକ୍ଷ ଭାରତୀୟ ବାସ କରୁଥିବା ବେଳେ ସେମାନେ ସେଠାରେ ପର୍ଯ୍ୟାପ୍ତ ପରିମାଣରେ ଓଡ଼ିଆ ବହି ପାଇ ପାରୁନାହାନ୍ତି। ସେହିପରି ବିଦେଶରେ ମଧ୍ୟ ଅନ୍ୟ ଭାରତୀୟ ଭାଷାର ସାହିତ୍ୟ ମିଳିପାରୁନାହିଁ।

Advertisment

ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ବ୍ଲାକ୍ ଇଗଲ୍ ବୁକ୍ସ୍ (www.blackeaglebooks.org) ନାମରେ ଏକ ୱେବ୍‌ସାଇଟ୍ ଆରମ୍ଭ ହୋଇଛି। ଏହା ଏକ  ୱେବ୍‌ଭିତ୍ତିକ ପ୍ରକାଶନୀ ସଂସ୍ଥା ହୋଇଥିବା ବେଳେ ଏହା ମାଧ୍ୟମରେ ଯେଉଁ ପୁସ୍ତକ ପ୍ରକାଶ ପାଇବ ସେଥିରେ କୌଣସି ପୁସ୍ତକ ଆଉଟ୍ ଅଫ୍ ପ୍ରିଣ୍ଟ୍ ହେବ ନାହିଁ। ଗତ ୨୮ ତାରିଖରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ୱେବ୍‌ସାଇଟ୍‌କୁ ଲୋକାର୍ପଣ କରିଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ ଏହାର ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ତଥା ବିଭିନ୍ନ ଭାରତୀୟ ଭାଷା ସାହିତ୍ୟକୁ ଆମେରିକା ଓ ଅନ୍ୟ ଦେଶମାନଙ୍କରେ ଉପଲବ୍ଧ କରିବା ହେଉଛି ଏହି ସଂସ୍ଥାର ମୂଳ ଲକ୍ଷ୍ୟ। ଏହି ଧାରାରେ ଚଳିତ ବର୍ଷ ଏପ୍ରିଲ୍ ପହିଲା(ଉତ୍କଳ ଦିବସ)ଠାରୁ ବ୍ଲାକ୍ ଇଗଲ୍ ବୁକ୍ସ ୱେବ୍‌ସାଇଟ ଦ୍ୱାରା ମୋଟ୍ ୧୦ଟି ପୁସ୍ତକ ପ୍ରକାଶ ପାଇଛି।

Advertisment

ଏଥିରେ ଡ. ପ୍ରତିଭା ରାୟଙ୍କ ଗଳ୍ପ ସଂକଳନ କେତକୀ ବନ, ଫନୀ ମହାନ୍ତିଙ୍କ ପ୍ରିୟତମା, ସୁରେନ୍ଦ୍ର ମିଶ୍ରଙ୍କ ପଥ ବହୁଦୂର, ମନୋଜ କୁମାର ପଣ୍ଡାଙ୍କ ମାୟାବଗିଚା, ଡ. ଗାୟତ୍ରୀବାଳା ପଣ୍ଡାଙ୍କ କବିତା ସଂକଳନ ନିର୍ବାଚିତ କବିତା, ମୁକୁଲ ମିଶ୍ରଙ୍କ କବିତା ସଂକଳନ ରୂପସୀ, ବିଜୟ ମିଶ୍ରଙ୍କ ଭ୍ରମଣ କାହାଣୀ ରିଟର୍ଣ୍ଣିଙ୍ଗ ହୋମ୍, ଭଗବାନ୍ ଜୟସିଂହଙ୍କ କବିତା ସଂକଳନ ଦି ଡାପଲସ୍ ଅଫ୍ ଡାର୍କନେସ୍, ସ୍ନେହପ୍ରଭା ଦାସଙ୍କ କବିତା ସଂକଳନ ସଙ୍ଗ୍‌ସ ଅଫ୍ ସଲିଚ୍ୟୁଡ, ନମିତାଲକ୍ଷ୍ମୀ ଜଗଦ୍ଦେବଙ୍କ ଅନୁଦିତ ତପନ ପଟ୍ଟନାଯକଙ୍କ କବିତା ସଂକଳନ ମାଇ ଲଭ୍‌, ମାଇଁ ସିଜନ୍‌ସ ଆଦି ପୁସ୍ତକ ରହିଛି। ଏହାକୁ ରାଜ୍ୟପାଳ ଲୋକାର୍ପଣ କରିବା ବେଳେ ଏହି ସବୁ ପୁସ୍ତକର ଲେଖିକା ଲେଖକ ସେଠାରେ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe