/odisha-reporter/media/post_attachments/uploads/2020/06/HITESH.jpg)
HITESH
ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ଚମକିଲେ ଓଡ଼ିଆ ପୁଅ। କରୋନା ମହାମାରୀ ସମୟରେ ନିଜ କଳାକୁ ଅନଲାଇନ୍ରେ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ଷଡ଼ଙ୍ଗୀ।
ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍ ୩ ପର୍ଯ୍ୟନ୍ତ ଅନଲାଇନରେ ଆୟୋଜିତ କୋଭିଡ୍-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବାଜି ମାରିନେଇଛନ୍ତି ହିତେଶ। ଏହି ମହୋତ୍ସବରେ ହିତେଶଙ୍କର ମ୍ୟୁଜିକାଲ ପ୍ରାମାଣିକ ଚଳଚ୍ଚିତ୍ର ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ ପୁରସ୍କୃତ ହୋଇଛି।/odisha-reporter/media/post_attachments/wp-content/uploads/2020/06/cirtificate.jpg)
ଏହି ମହୋତ୍ସବରେ ସାରା ବିଶ୍ୱରୁ ୮ ଶହରୁ ଅଧିକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ଭାରତରୁ 240 ଟି ଫିଲ୍ମ ଯାଇଥିଲା। ଏଥି ମଧ୍ୟରେ ହିତେଶଙ୍କର ଏହି ୭ ମିନିଟର ଚଳିଚିତ୍ରକୁ ଢେର ପ୍ରଶଂସା ମିଳିବା ସହ ପୁରସ୍କୃତ କରାଯାଇଥିଲା।
ମହାମାରୀ ସମୟରେ କୋଭିଡ ଯୋଦ୍ଧାମାନଙ୍କ ସେବା, ସାହସକୁ ଅତି ନିଖୁଣ ଭାବେ ଏହି ଫିଲ୍ମରେ ପ୍ରଦର୍ଷିତ କରାଯାଇଥିଲା। ଯାହା ଖୁବ୍ ମନଛୁଆଁ ହୋଇଥିଲା। ପ୍ରାମାଣିକ ଚଳଚିତ୍ର ଦୁନିଆରେ ପ୍ରତିଭାମାନଙ୍କୁ ଆଗକୁ ଆଣିବା ଉଦ୍ଦେଶ୍ୟରେ ଓରିଫାର୍ମିଂ ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ହିତେଶଙ୍କ ପ୍ରଦର୍ଶନ ଖୁବ୍ ଉଚ୍ଚକୋଟୀର ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
