Advertisment

ମିସେସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଲେ ଓଡ଼ିଆ ବୋହୂ ଗାର୍ଗୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମିସେସ୍‌ ଇଣ୍ଡିଆ କ୍ୱିନ୍‌ ଅଫ୍‌ ସବଷ୍ଟାନସ୍‌ ଟାଇଟଲ୍‌ ଜିତିଲେ ଓଡ଼ିଶା ବୋହୂ ଗାର୍ଗୀ କର। ନିଜର ବହୁମୁଖି ପ୍ରତିଭା ଯୋଗୁ ସେ ସମସ୍ତଙ୍କୁ ପଛରେ ପକାଇ ମିସେସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ରେଡ୍‌ କ୍ୱିନ ମକୁଟ ପିନ୍ଧିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ। ଗାର୍ଗୀ ହେଉଛନ୍ତି ବଲାଙ୍ଗିର ସହରର ଜଣାଶୁଣା ଶିକ୍ଷକ ଦୀନବନ୍ଧୁ କର ଓ ଶିକ୍ଷୟିତ୍ରୀ ରମାରତି ଭଟ୍ଟାଚାର୍ଯ୍ୟଙ୍କ ଝିଅ। ବିବାହ ପରେ ଓଡ଼ିଶା ବାହାରେ ଉତ୍ତରାଖଣ୍ଡରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ମିସେସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଲେ ଓଡ଼ିଆ ବୋହୂ ଗାର୍ଗୀ

Gargi Kar

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମିସେସ୍‌ ଇଣ୍ଡିଆ କ୍ୱିନ୍‌ ଅଫ୍‌ ସବଷ୍ଟାନସ୍‌ ଟାଇଟଲ୍‌ ଜିତିଲେ ଓଡ଼ିଶା ବୋହୂ ଗାର୍ଗୀ କର। ନିଜର ବହୁମୁଖି ପ୍ରତିଭା ଯୋଗୁ ସେ ସମସ୍ତଙ୍କୁ ପଛରେ ପକାଇ ମିସେସ୍‌ ଇଣ୍ଡିଆ ଟାଇଟଲ୍‌ ଜିତି ରେଡ୍‌ କ୍ୱିନ ମକୁଟ ପିନ୍ଧିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଭିନନ୍ଦନର ସୁଅ।

Advertisment

[caption id="attachment_666190" align="aligncenter" width="640"]Gargi Kar ସମ୍ୱଲପୁରୀ ସାଢ଼ୀ ପିନ୍ଧି ରାମ୍ପରେ ଚାଲୁଛନ୍ତି ଗାର୍ଗୀ[/caption]

ଗାର୍ଗୀ ହେଉଛନ୍ତି ବଲାଙ୍ଗିରସହରର ଜଣାଶୁଣା ଶିକ୍ଷକ ଦୀନବନ୍ଧୁ କର ଓ ଶିକ୍ଷୟିତ୍ରୀ ରମାରତି ଭଟ୍ଟାଚାର୍ଯ୍ୟଙ୍କ ଝିଅ। ବିବାହ ପରେ ଓଡ଼ିଶା ବାହାରେ ଉତ୍ତରାଖଣ୍ଡରେ ସ୍ୱାମୀଙ୍କ ସହିତ ରହୁଛନ୍ତି। ତାଙ୍କର ଏବେ ୧୦ ବର୍ଷର ପୁଅ ଅଛି। ସ୍ୱାମୀ ଅନ୍ୟ ଜାଗାରେ ଚାକିରି କରୁଥିବା ବେଳେ ଗାର୍ଗୀ ଏମ.ଟେକ୍‌ ପଢୁଛନ୍ତି। ତାଙ୍କ ପାଠପଢା ସହିତ ନାଚ, ଗୀତ, ଡିଜାଇନିଂ, ପେଣ୍ଟିଂ, କ୍ରୀଡା ପ୍ରତି ଆଗ୍ରହ ରହିଛି। ସେଥିପାଇଁ ସେ ପରିବାର ସହିତ ସେଥିରେ ମନୋନିବେଶ କରୁଛନ୍ତି।

Advertisment

Gargi-Kar

ଗତ କିଛି ଦିନ ତଳେ ହରିୟାଣାର ଗୁରୁଗ୍ରାମ୍‌ରେ ହୋଇଥିଲା ମିସେସ୍‌ ଇଣ୍ଡିଆ ‍କ୍ୱିନ୍‌ ଅଫ୍‌ ସବଷ୍ଟାନସସ ଟାଇଟଲ ଅଡିସନ୍‌। ଆଦିଭା ସଲ୍ୟୁସନ୍‌ ତରଫରୁ ହୋଇଥିବା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ଗାର୍ଗୀ। ସେଥିପାଇଁ ସେ ନିଜର ବିଭିନ୍ନ ଭିଡ଼ିଓ ପଠାଇଥିଲେ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୪୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

[caption id="attachment_666191" align="aligncenter" width="640"]Gargi-Kar ଅନ୍ୟ ପ୍ରତିଯୋଗୀଙ୍କ ଗହଣରେ ଗାର୍ଗୀ[/caption]

ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତା। ନିଜର ପ୍ରତିଭା, ବୁଦ୍ଧିମତା ଓ ସୌନ୍ଦର୍ଯ୍ୟର ଚମତ୍କାର ପ୍ରଦର୍ଶନ କରି ମିସେସ ଇଣ୍ଡିଆ ଟାଇଟଲ ଜିତିବାରେ ସଫଳ ହୋଇଥିଲେ ଗାର୍ଗୀ।  ରାମ୍ପରେ ଗାର୍ଗୀ ପାରମ୍ପରିକ ସମ୍ୱଲପୁରୀ ଶାଢୀ ପିନ୍ଧି ଥିଲେ। ଯେଉଁଥିରେ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ କୋଣାର୍କ ଚକର ଚିତ୍ର ରହିଥିଲା। ଏଥିପାଇଁ ସେ ଜଜଙ୍କଠାରୁ ବେଶ୍‌ ପ୍ରଶଂସିତ ହୋଇଥିଲେ। ଯାହା ତାଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକ ନେଇଥିଲା। ଜୀବନରେ ମୋଡେଲିଂ ବାହାରେ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ଉଦ୍ୟମ କରିବା ପାଇଁ ଅନ୍ୟ ମହିଳାମାନଙ୍କୁ ସେ ଅନୁରୋଧ କରିଛନ୍ତି।

Mrs. India Odia Talents