Advertisment

ଆବୁଧାବିରେ ଓଡ଼ିଆ କଳା ସଂସ୍କୃତିର ନିଖୁଣ ପ୍ରଦର୍ଶନ

ଆବୁଧାବି (ଓଡ଼ିଶା ରିପୋର୍ଟର): ଏଠାକାର ‘ସୁଦାନୀ ସୋସିଆଲ୍ କ୍ଲବ୍‌’ରେ ‘ଇଣ୍ଡିଆ ପିପୁଲ୍ସ ଫୋରମ’ ଦ୍ବାରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ‘ଭାରତୋତ୍ସବ’। ଏଥିରେ ଆବୁଧାବି ତଥା ନିକଟସ୍ଥ ଦୁବାଇ ଓ ସାର୍‌ଜାହାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ନିଜ ନିଜ ରାଜ୍ୟର କଳା ଓ ସଂସ୍କୃତି ଉପରେ ଆଧାରିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଆବୁଧାବିରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ତଥା ‘ଓଡ଼ିଆ ସମାଜ ଆବୁଧାବି’ (ଓସା)ର ସଦସ୍ୟ ସଦସ୍ୟା ପ୍ରସ୍ତୁତ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ଏଠାରେ ଉପସ୍ଥିତ ୫୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ବିମୁଗ୍ଧ କରି ଦେଇଥିଲା।

ଦେବଭୂମି ଭାରତବର୍ଷ। ବିବିଧତା ପାଇଁ ଏହା ସାରା ପୃଥିବୀରେ ବିଦିତ। ତା ଭିତରେ କଳା ସଂସ୍କୃତି ଓ ମନ୍ଦିର ପାଇଁ ପ୍ରସିଦ୍ଧ ଆମ ଓଡ଼ିଶା ଭୂଇଁ। ଏହି ଓଡ଼ିଶାରୁ ଯାଇ ସୁଦୂର ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ରହୁଥିବା ଓଡ଼ିଆ ଭାଇଭଉଣୀଙ୍କ ଉଦ୍ୟମରେ ସେଠାରେ ଗଢ଼ି ଉଠିଛି ଅନୁଷ୍ଠାନ ‘ଓଡ଼ିଆ ସମାଜ ଆବୁଧାବି’। ଏହି ଅନୁଷ୍ଠାନର ଏହି ସୁପୁତ୍ର ଓ ସୁପୁତ୍ରୀମାନେ ନିଜ ପ୍ରାଣରେ ପୂରି ରହିଥିବା ଓଡ଼ିଶାର କଳାସଂସ୍କୃତିକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।

ପ୍ରଥମେ ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟ ଉପରେ ଏକ ଡକୁମେଣ୍ଟାରି ପ୍ରସ୍ତୁତ କରାଯାଇ ଉତ୍କଳ ମାତାଙ୍କର ଭକ୍ତି ବନ୍ଦନା ଗାନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସମଗ୍ର ବିଶ୍ବକୁ ଚମତ୍କୃତ କରିଥିଲା କୁନି କୁନି ପିଲାଙ୍କର ଓଡ଼ିଶୀ ନୃତ୍ୟ। ସମଗ୍ର ବିଶ୍ବକୁ ଆନ୍ଦୋଳନିତ କରିଥିଲା ଓଡ଼ିଆ ଗୃହିଣୀମାନଙ୍କର ରସରକେଲି ଡାଲଖାଇ ନୃତ୍ୟ ଓ ସଙ୍ଗୀତ। ଓଡ଼ିଶାର ହସ୍ତତନ୍ତ ଓ ପରମ୍ପରା ଉପରେ ଆଧାରିତ ଫେସନ ସୋ’ର ମଜା ନେଇଥିଲେ ଦର୍ଶକ। ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମି ଉଠିଥିଲେ ସମଗ୍ର ଦର୍ଶକ। ପ୍ରତିଟି ପ୍ରାଣରେ ଭରି ଉଠିଥିଲା ଅପୂର୍ବ ଶିହରଣ। ସମସ୍ତଙ୍କ ଭିତରେ ଖେଳି ଯାଇଥିଲା ଓଡ଼ିଶା ମାଟିର ମହକ।

ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟର କଳାକାରମାନେ ମଧ୍ୟ ଅଭିନୟ ଓ ସଙ୍ଗୀତର କଳାନୈପୁଣ୍ୟ ଦେଖାଇଥିଲେ। କିନ୍ତୁ ‘ଓଡ଼ିଆ ସମାଜ ଆବୁଧାବି’ର କାର୍ଯ୍ୟକ୍ରମ ପରିବେଷଣ ଥିଲା ସବୁଠାରୁ ନିଆରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe