Advertisment

ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ  ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଗତକାଲି ବିଳମ୍ୱିତ ରାତିରେ ୬୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଏଡିଟିଂ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବହୁ ଓଲିଉଡ କଳାକାର ଶୋକ ପ୍ରକଟ କରିଛନ୍ତି। ତାଙ୍କ ମୃତ୍ୟୁ ଯୋଗୁ ଓଡ଼ିଆ ଫିଲ୍ମ ଦୁନିଆରେ ଏକ ଶୂନ୍ୟ ସ୍ଥାନ […]

ଅଦ୍ୟତନ ହୋଇଛି
ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ପରଲୋକ

deven

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡ଼ିଆ ଫିଲ୍ମ ଜଗତର ବିଶିଷ୍ଟ  ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଗତକାଲି ବିଳମ୍ୱିତ ରାତିରେ ୬୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ସେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଏଡିଟିଂ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ବହୁ ଓଲିଉଡ କଳାକାର ଶୋକ ପ୍ରକଟ କରିଛନ୍ତି। ତାଙ୍କ ମୃତ୍ୟୁ ଯୋଗୁ ଓଡ଼ିଆ ଫିଲ୍ମ ଦୁନିଆରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା ବୋଲି ବହୁ ବିଶିଷ୍ଟ କଳାକାର କହିଛନ୍ତି।

ସୂଚନାଯୋଗ୍ୟ, ସ୍ୱର୍ଗତ ମିଶ୍ର ବହୁ ହିଟ୍‌ ଓଡ଼ିଆ ଚଳଚ୍ଚିତ୍ରର ଏଡିଟିଂ କରି ଦର୍ଶକଙ୍କ ପାଖରେ ପରିଚିତ ହୋଇ ପାରିଥିଲେ। ‘ପୁଅ ମୋର କଳା ଠାକୁର’ ତାଙ୍କର ପ୍ରଥମେ ଏଡିଟିଂ ଫିଲ୍ମ ଥିଲା। ଏହାପରେ ସେ ‘ଉଦଣ୍ଡୀ ସୀତା’,  ‘ଭାଗ୍ୟ ହାତେ ଡୋରୀ’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’,  ‘ଗଢ଼ି ଜାଣିଲେ ଘର  ସୁନ୍ଦର’,  ‘ଶ୍ରଦ୍ଧାଞ୍ଜଳି’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’,  ‘ରଣଭୂମି’, ‘ଯଶୋଦା’, ‘କାଳାମାଣିକ’, ‘କିଏ କାହାର’, ‘ସାବିତ୍ରୀ’, ‘ସୁହାଗ ସିନ୍ଦୁର’ ଫିଲ୍ମ ଏଡିଟିଂ କରିଛନ୍ତି । ‘ତୁ ମୋ ଶଙ୍ଖା ତୁ ମୋ ସୁନ୍ଦର’ ତାଙ୍କର ଶେଷ ଏଡିଟିଂ ଫିଲ୍ମ ଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe