Advertisment

ଓଡ଼ିଆ ଫିଲ୍ମ 'ହାଲୋ ଆର୍ସି' ତାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓ ଦିବଂଗତ ସଂବିତ ମହାନ୍ତିଙ୍କ ଦ୍ଵାରା ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ହାଲୋ ଆର୍ସି’ ଏସ୍ତୋନିଆର ମର୍ଯ୍ୟାଦାସମ୍ପନ୍ନ ୨୨ତମ ତାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ( Tallinn Black Nights Film Festival)ରେ ନିର୍ଦ୍ଦେଶକଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ଫିଲ୍ମ ବର୍ଗର (First Feature Competition category) ପ୍ରତିଯୋଗିତା ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛି। ଉତ୍ତର ପୂର୍ବ ୟୁରୋପରେ ଅବସ୍ଥିତ ଏସ୍ତୋନିଆର ରାଜଧାନୀ ତାଲିନରେ ନଭେମ୍ବର ୧୬ […]

author-image
Sampad Mahapatra
ଓଡ଼ିଆ ଫିଲ୍ମ 'ହାଲୋ ଆର୍ସି' ତାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ

Hello-Arsi FINAL 1

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓ ଦିବଂଗତ ସଂବିତ ମହାନ୍ତିଙ୍କ ଦ୍ଵାରା ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ 'ହାଲୋ ଆର୍ସି' ଏସ୍ତୋନିଆର ମର୍ଯ୍ୟାଦାସମ୍ପନ୍ନ ୨୨ତମ ତାଲିନ୍ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ( Tallinn Black Nights Film Festival)ରେ ନିର୍ଦ୍ଦେଶକଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ଫିଲ୍ମ ବର୍ଗର (First Feature Competition category) ପ୍ରତିଯୋଗିତା ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛି।

Advertisment

[caption id="attachment_293398" align="aligncenter" width="750"]publive-image ପ୍ରଯୋଜକ ଅଜୟ ରାଉତରାୟ (ବାମ) ଓ ନିର୍ଦ୍ଦେଶକ ସମ୍ବିତ ମହାନ୍ତି[/caption]

ଉତ୍ତର ପୂର୍ବ ୟୁରୋପରେ ଅବସ୍ଥିତ ଏସ୍ତୋନିଆର ରାଜଧାନୀ ତାଲିନରେ ନଭେମ୍ବର ୧୬ ତାରିଖଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ଏହି ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ। 'ହାଲୋ ଆର୍ସି' ପକ୍ଷରୁ ପ୍ରଯୋଜକ ଅଜୟ ରାଉତରାୟ ଏହି ଫିଲ୍ମ ମହୋତ୍ସବରେ ଯୋଗ ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ହାଲୋ ଆର୍ସି ୬୫ତମ ଜାତୀୟ ଫିଲ୍ମ ପୁରସ୍କାର କ୍ରମରେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ଶ୍ରେଷ୍ଠ ସଂଳାପ ଓ ଶ୍ରେଷ୍ଠ ଅଭିନେତ୍ରୀ (ସ୍ୱତନ୍ତ୍ର ଉଲ୍ଲେଖ) ସମ୍ମାନ ହାସଲ କରିଥିଲା।

ନିର୍ଦ୍ଦେଶକଙ୍କ ପ୍ରଥମ ଫିଚର ଫିଲ୍ମ ବିଭାଗରେ ପ୍ରତିଯୋଗିତା ପାଇଁ ପାଞ୍ଚଟି ମହାଦେଶର ୧୧ଟି ମନୋନୀତ ଫିଲ୍ମ ମଧ୍ୟରୁ ଏସିଆରୁ 'ହାଲୋ ଆର୍ସି" ସମେତ କେବଳ୨ଟି ମନୋନୀତ ହୋଇଛି। ୬ଟି ୟୁରୋପୀୟ, ଗୋଟିଏ ଆଫ୍ରିକୀୟ ଓ ୨ଟି ଆମେରିକୀୟ ଫିଲ୍ମ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ।

ଉଲ୍ଲେଖଯୋଗ୍ୟ, ଏସ୍ତୋନିଆର ରାଜଧାନୀ ତାଲିନରେ ଗତ ୨୧ ବର୍ଷ ଧରି ଆୟୋଜିତ ହୋଇଆସୁଥିବା 'ବ୍ଲାକ ନାଇଟ ଫିଲ୍ମ ଫେଷ୍ଟିଭାଲ'କୁ ଏକ ମର୍ଯ୍ୟାଦାସମ୍ପନ୍ନ ଫିଲ୍ମ ଉତ୍ସବ ଭାବେ ଗ୍ରହଣ କରାଯାଏ।