Advertisment

କରୋନା ସଂପର୍କରେ ସଚେତନ କରୁଛନ୍ତି ଓଡ଼ିଶାର ଏହି ଫଳ ବେପାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌ ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଫଳ ବେପାରୀ। ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଲୋକମାନେ ଭୟଭୀତ ଥିବାବେଳେ ଲୋକମାନଙ୍କୁ ସଚେତନ କରାଉଛନ୍ତି ପାରାଦୀପର ଭାରତ ନାଥ। ସେ ତାଙ୍କ ଗ୍ରାହକ ମାନଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଉଛନ୍ତି। ପାରାଦୀପର କୁଜଙ୍ଗ ବ୍ଲକରେ ରହୁଥିବା ଭାରତ ରାସ୍ତାରେ ପ୍ୟାମ୍ପଲେଟ ଓ ଖବରକାଗଜ କଟିଂ ନେଇ ବସୁଛନ୍ତି ଏବଂ ଯା’ଆସ କରୁଥିବା ଲୋକଙ୍କ ହାତରେ ସେହି କଟିଂଗୁଡିକରୁ ଗୋଟେ ଗୋଟେ […]

ଅଦ୍ୟତନ ହୋଇଛି
କରୋନା ସଂପର୍କରେ ସଚେତନ କରୁଛନ୍ତି ଓଡ଼ିଶାର ଏହି ଫଳ ବେପାରୀ

dokani

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍‌ ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଫଳ ବେପାରୀ। ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଲୋକମାନେ ଭୟଭୀତ ଥିବାବେଳେ ଲୋକମାନଙ୍କୁ ସଚେତନ କରାଉଛନ୍ତି ପାରାଦୀପର ଭାରତ ନାଥ। ସେ ତାଙ୍କ ଗ୍ରାହକ ମାନଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଉଛନ୍ତି।

Advertisment

ପାରାଦୀପର କୁଜଙ୍ଗ ବ୍ଲକରେ ରହୁଥିବା ଭାରତ ରାସ୍ତାରେ ପ୍ୟାମ୍ପଲେଟ ଓ ଖବରକାଗଜ କଟିଂ ନେଇ ବସୁଛନ୍ତି ଏବଂ ଯା'ଆସ କରୁଥିବା ଲୋକଙ୍କ ହାତରେ ସେହି କଟିଂଗୁଡିକରୁ ଗୋଟେ ଗୋଟେ ବଢ଼େଇ ଦେଉଛନ୍ତି। ଏହି କଟିଂରେ କରୋନା ଭାଇରସ୍‌ରୁ କେମିତି ବଞ୍ଚିବେ, ତା’ର ଉପାୟ ସବୁ ଲେଖାଯାଇଛି।

କେବଳ ଏତିକି ନୁହେଁ, ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଉଛନ୍ତି। ପାରାଦୀପ ବନ୍ଦରକୁ ବିଭିନ୍ନ ଦେଶରୁ ଲୋକମାନେ ଆସନ୍ତି । ତେଣୁ ପାରାଦୀପବାସୀଙ୍କୁ ଏଥିପାଇଁ ସଚେତନ ହେବାର ଆବଶ୍ୟକ ରହିଛି। ଏସବୁ ଚିନ୍ତା କରି ଭାରତ ଏମିତି ପଦକ୍ଷେପ ନେଇଛନ୍ତି ବୋଲି କୁହନ୍ତି।

Advertisment

ସେ କାନ୍ଥରେ ଲଗାଉଥିବା ପୋଷ୍ଟରଗୁଡ଼ିକରେ ସଫା ସୁତୁରା ରୁହନ୍ତୁ , ବାରମ୍ବାର ହାତ ଧୁଅନ୍ତୁ,  ଅସନା ହାତରେ ନାକ, ଆଖି ଏବଂ ମୁହଁକୁ ଛୁଅନ୍ତୁ ନାହିଁ, ଥଣ୍ଡା ହୋଇଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ, ଥଣ୍ଡା ହୋଇଥିଲେ ଘରେ ରୁହନ୍ତୁ, କାଶିବା ଏବଂ ଛିଙ୍କିବା ବେଳେ ରୁମାଲ୍ କିମ୍ବା ଟିସ୍ୟୁର ବ୍ୟବହାର କରନ୍ତୁ ଏବଂ ହାତକୁ ଧୁଅନ୍ତୁ,  ଏନ୍-୯୫ ମାସ୍କ ବ୍ୟବହାର କରନ୍ତୁ ଓ କରୋନା ଭୂତାଣୁର ଲକ୍ଷଣ ଦେଖାଯିବା ମାତ୍ରେ ହସ୍ପିଟାଲରେ ପରୀକ୍ଷା କରାନ୍ତୁ ଆଦି ଲେଖା ଯାଇଛି।

ଏଥିସହ ଭାରତ ଲୋକମାନଙ୍କୁ ମାଛ ମାଂସ ଖାଇବା ସମୟରେ ସେସବୁ ଭଲ ଭାବେ ସିଝେଇ ଖାଇବା ପାଇଁ ମଧ୍ୟ କହୁଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱରେ ୩ ହଜାରରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାବେଳେ ୯୦ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe