Advertisment

ସାଧାରଣତନ୍ତ୍ର ଦିବସ ପରେଡରେ ପରାକ୍ରମ ଦେଖାଇବେ ଓଡ଼ିଆ ଝିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତିରେ ଜୋରଦାର ଚାଲିଛି। ଚଳିତ ବର୍ଷ ରାଜପଥରେ ହେବାକୁଥିବା ପରେଡରେ ଦେଖିବାକୁ ମିଳିବ ଓଡ଼ିଆ ଯୁବତୀଙ୍କ ପରାକ୍ରମ। ରାଜପଥରେ ହେବାକୁଥିବା ପରେଡରେ ଭାଗ ନେଉଥିବା ସିଆରପିଏଫର ପ୍ରଜ୍ଞାପନ ମେଢରେ ଜଣେ ଓଡ଼ିଆ ଯୁବତୀ ସାମିଲ ହୋଇଛନ୍ତି। ସେ ହେଉଛନ୍ତି CRPFରେ ସିପାହୀ ଭାବେ କାମ କରୁଥିବା ଆରଡି ପ୍ରିୟଦର୍ଶୀ। ପ୍ରିୟଦର୍ଶୀ ସିଆରପିଏଫର ପ୍ରଜ୍ଞାପନ ମେଢ ସହ ଅଂଶଗ୍ରହଣ କରୁଥିବା ଟିମରେ ରହିଛନ୍ତି। ପ୍ରିୟଦର୍ଶୀଙ୍କ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସାଧାରଣତନ୍ତ୍ର ଦିବସ ପରେଡରେ ପରାକ୍ରମ ଦେଖାଇବେ ଓଡ଼ିଆ ଝିଅ

priyadarshi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତିରେ ଜୋରଦାର ଚାଲିଛି। ଚଳିତ ବର୍ଷ ରାଜପଥରେ ହେବାକୁଥିବା ପରେଡରେ ଦେଖିବାକୁ ମିଳିବ ଓଡ଼ିଆ ଯୁବତୀଙ୍କ ପରାକ୍ରମ। ରାଜପଥରେ ହେବାକୁଥିବା ପରେଡରେ ଭାଗ ନେଉଥିବା ସିଆରପିଏଫର ପ୍ରଜ୍ଞାପନ ମେଢରେ ଜଣେ ଓଡ଼ିଆ ଯୁବତୀ ସାମିଲ ହୋଇଛନ୍ତି। ସେ ହେଉଛନ୍ତି CRPFରେ ସିପାହୀ ଭାବେ କାମ କରୁଥିବା ଆରଡି ପ୍ରିୟଦର୍ଶୀ। ପ୍ରିୟଦର୍ଶୀ ସିଆରପିଏଫର ପ୍ରଜ୍ଞାପନ ମେଢ ସହ ଅଂଶଗ୍ରହଣ କରୁଥିବା ଟିମରେ ରହିଛନ୍ତି।

Advertisment

ପ୍ରିୟଦର୍ଶୀଙ୍କ ଘର ହେଉଛି ଢେଙ୍କାନାଳରେ। ହେଲେ ସେ ଭୁବନେଶ୍ୱରରେ ସ୍କୁଲ ଓ କଲେଜ ପାଠ ପଢିଛନ୍ତି। ୨୦୧୭ ମସିହାରେ ସେ ସିଆରପିଏଫରେ ଯୋଗ ଦେଇଥିଲେ। ତେବେ ପ୍ରିୟଦର୍ଶୀଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ମଧ୍ୟ ସିଆରପିଏଫ୍ ପ୍ରଜ୍ଞାପନ ମେଢ ଟିମରେ ଥିବା ଜଣାପଡିଛି।

ଏ ନେଇ ପ୍ରିୟଦର୍ଶୀ କହିଛନ୍ତି, ଝାଙ୍କିରେ ମୁଁ ଦ୍ୱିତୀୟଥର ଭାଗ ନେଉଛି। ତା'ଛଡ଼ା ରାଜପଥରେ ମୁଁ ତୃତୀୟଥର ସିଆରପିଏଫକୁ ପ୍ରତିନିଧିତ୍ୱ କରୁଛି। ଜଣେ ଓଡ଼ିଆ ଭାବେ ରାଜପଥରେ ସିଆରପିଏଫକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର କଥା। ସାଧାରଣତନ୍ତ୍ର ଦିବସ ପାଇଁ ରାଜପଥରେ ସିଆରପିଏଫ୍ ପକ୍ଷରୁ ତିନୋଟି ଥିମ୍ ପ୍ରଦର୍ଶିତ ହେବ। ଏହି ତିନି ଥିମ୍ ହେଲା ସର୍ଦ୍ଦାର ପୋଷ୍ଟ, ଇଭିଏମ୍ ଓ ହଟ୍ ସ୍ପ୍ରିଙ୍ଗ୍।

Advertisment