Advertisment

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସ୍ଥାନ ପାଇଛି। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଏହି ଘୋଷଣାରେ କୁହାଯାଇଛି ଓଡ଼ିଆ ଭାଷା ଖୁବ୍ ଶୀଘ୍ର ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ, ଏମ୍ ଏସ୍ ଅଫିସ, ଟ୍ରାନ୍ସଲେଟର ଫର ବିଙ୍ଗ ଏବଂ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର ଆଦିରେ ସ୍ଥାନ ପାଇବ। କମ୍ପାନୀ ପକ୍ଷରୁ କୁହାଯାଇଛି, ପୂର୍ବରୁ ବଙ୍ଗଳା, ଗୁଜରାଟୀ, ହିନ୍ଦୀ, କନ୍ନଡ଼, […]

ଅଦ୍ୟତନ ହୋଇଛି
ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

odia-language

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏବେ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଓଡ଼ିଆ ଭାଷା ସ୍ଥାନ ପାଇଛି। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

Advertisment

ଏହି ଘୋଷଣାରେ କୁହାଯାଇଛି ଓଡ଼ିଆ ଭାଷା ଖୁବ୍ ଶୀଘ୍ର ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ, ଏମ୍ ଏସ୍ ଅଫିସ, ଟ୍ରାନ୍ସଲେଟର ଫର ବିଙ୍ଗ ଏବଂ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର ଆଦିରେ ସ୍ଥାନ ପାଇବ।

କମ୍ପାନୀ ପକ୍ଷରୁ କୁହାଯାଇଛି, ପୂର୍ବରୁ ବଙ୍ଗଳା, ଗୁଜରାଟୀ, ହିନ୍ଦୀ, କନ୍ନଡ଼, ମାଲାୟାଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲଗୁ, ଉର୍ଦ୍ଦୁ ଏବଂ ଇଂରାଜୀ ଆଦି ୧୨ଟି ଭାଷା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡ଼ି ହୋଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା 6ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଅନ୍ୟତମ। ଏହାର ଏକ ହଜାର ବର୍ଷର ଇତିହାସ ରହିଛି। ଏହି ଭାଷାରେ ସବୁଠାରୁ ଅଧିକ ପୋଥି ମଧ୍ୟ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe