sundar-4
ସୁନ୍ଦରଗଡ(ବିଜୟ ବରୁଆଁ): ୨୫ ବର୍ଷ ପୂର୍ବେ ଘରୁ ବାହାରି ଯାଇଥିବା ପୁଅ ଆଉ ଫେରି ନ ଥିଲା। ପରିବାର ଲୋକେ ଖୋଜିଖୋଜି ନୟାନ୍ତ ହୋଇଥିବା ବେଳେ ପୁଅ କିନ୍ତୁ ପାକିସ୍ତାନ ଜେଲ୍ରେ ସଜା କାଟୁଥିଲା। ଏକମାତ୍ର ପୁଅର ଖୋଜଖବର ନ ପାଇ ପାଗଳପ୍ରାୟ ହୋଇପଡ଼ିଥିବା ବାପାମା’ ଇତି ମଧ୍ୟରେ ଆଉ ଏ ଦୁନିଆରେ ନାହାନ୍ତି। ହେଲେ ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରୁଛି ହଜିଲା ପୁଅ। ପୁଅର ଫେରିବା ବାଟକୁ ଗାଁ ଲୋକେ ତଥା ସାହି ପଡ଼ିଶା ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।
/odisha-reporter/media/post_attachments/wp-content/uploads/2020/11/sundar-1.jpg)
ଘଟଣାରୁ ଜଣାପଡିଛି ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପିଲାଟି ଦିନରୁ ସାମାନ୍ୟ ମାନସିକ ଅନଗ୍ରସର ପ୍ରକୃତିର ଥିଲେ। ତାଙ୍କୁ ୨୦ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ପ୍ରଥମେ ରାଞ୍ଚିର ଏକ ହୋଟେଲରେ ସେ କାମ କରୁଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ କିଛି ଦିନ ପରେ ତାଙ୍କର ଆଉ କିଛି ଖୋଜଖବର ମିଳିପାରି ନ ଥିଲା। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ।
/odisha-reporter/media/post_attachments/wp-content/uploads/2020/11/sundar-9.jpg)
ହେଲେ ଗତ ବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ୍ ତାଙ୍କ ଘରକୁ ଯାଇଥିବା ବେଳେ ବିରଜୁ ପାକିସ୍ତାନ ଜେଲ୍ରେ ଥିବା ଜଣା ପଡିଥିଲା। ସେଠାରେ ସେ ପ୍ରାୟ ୨୦ ବର୍ଷ ଧରି ସଜା କାଟିଥିବା ଜଣାଯାଇଛି।
ମାନସିକ ଅନଗ୍ରସର ଥିବାରୁ ଭୁଲବଶତଃ ବିରଜୁ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି। ସେଠାରେ ପାକିସ୍ତାନ ପୁଲିସ୍ ଗିରଫ କରିବା ପରେ ଲାହୋର ଜେଲ୍ରେ ସେ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟିଥିଲେ। ଗତ ମାସ ୨୬ ତାରିଖରେ ପାକିସ୍ଥାନ ପକ୍ଷରୁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା। ଅମୃତସରରେ ପହଞ୍ଚିବା ପରେ ସେଠାକାର ନାରାୟଣଗଂଜଗଡ଼ କୋଭିଡ ହସପିଟାଲରେ ଏବେ ସେ ଭର୍ତ୍ତି ହୋଇଛନ୍ତି।
/odisha-reporter/media/post_attachments/wp-content/uploads/2020/11/sundar-2.jpg)
କ୍ୱାରେଣ୍ଟାଇନ୍ ସମୟ ସରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେଠାରୁ ସେ ନିଜ ଘରକୁ ଫେରିବାକୁ ଥିବା ବେଳେ ତାଙ୍କ ଫେରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି।
ଗାଁରେ ବିରଜୁଙ୍କ କାକା, ବଡବାପାଙ୍କ ପରିବାର ସଦସ୍ୟ ରହୁଥିବା ବେଳେ ତାଙ୍କ ଏକମାତ୍ର ଭଉଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ଗ୍ରାମରେ ବିବାହ କରି ରହୁଛନ୍ତି। ସମସ୍ତେ ଏବେ ଉତ୍ସାହର ସହ ବିରଜୁଙ୍କ ଫେରିବା ବାଟକୁ ଅନାଇ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/sundar-4.jpg)