ଦୁବାଇରେ ନିଖୋଜ ଥିବା ଓଡ଼ିଆ ଯୁବକ ଅନନ୍ତ କୁମାର ସାହୁଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଣ୍ଟିପୁର ଗ୍ରାମର ମାନସ କୁମାର ସାହୁଙ୍କ ପୁଅ ଅନନ୍ତ ଦୀର୍ଘଦିନ ଧରି ଦୁବାଇର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ପରିବାର ଲୋକ ଅନନ୍ତଙ୍କ ସହିତ ଗତ ଜାନୁଆରୀ ୨୧ ତାରିଖ ଦିନ ଶେଷ ଥର ପାଇଁ କଥାବାର୍ତ୍ତା ହୋଇଥିଲେ।
ଗତ ଜାନୁଆରୀ ୨୨ ତାରିଖ ପର ଠାରୁ ଅନନ୍ତଙ୍କ ମୋବାଇଲ ବନ୍ଦ ଅଛି ଏବଂ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନାହିଁ। ଅନନ୍ତଙ୍କ ସହକର୍ମୀଙ୍କ କହିବା ଅନୁଯାୟୀ ଜାନୁଆରୀ ୨୧ ତାରିଖ ବିଳମ୍ବିତ ରାତିରେ ଅନନ୍ତ ତାଙ୍କର ସବୁ ଜିନିଷ ପତ୍ର ନେଇ ପଳାଇଥିଲେ। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ।
ନିରୂପାୟ ହୋଇ ପରିବାର ଲୋକେ ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/dubai-2026-02-05-10-54-46.jpg)