
Doctor's life matters
ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ବ୍ୟକ୍ତ କରିଛନ୍ତି । ଛାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଓଡ଼ିଆ ମେଡିକାଲ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ
ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀଙ୍କୁ ଶୁକ୍ରବାର ରାତିରେ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ିଛି । ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଂଚଳର ଏହି ଛାତ୍ରୀ ନିଜର ପୁରୁଷ ବନ୍ଧୁଙ୍କ ସହ ରାତିରେ ନିକଟସ୍ଥ ରେଷ୍ଟୁରାଣ୍ଟକୁ ରାତ୍ରିଭୋଜନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଜଣକ ଏବେ ଦୁର୍ଗାପୁରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ଗୁରୁତର ଅଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ
ଓଡ଼ିଆ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ‘ଏକ୍ସ’ ଆକାଉଣ୍ଟରେ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ । ଏହି ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଏହାସହିତ ସେ ପୀଡ଼ିତାଙ୍କ ଆଶୁଆରୋଗ୍ୟ କାମନା କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସଙ୍ଗେ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ ଟ୍ୱିଟ୍ କରାଯାଇଛି ।
ସନ୍ଦେହଘେରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ
ସ୍ଥାନୀୟ ପୁଲିସ ସୂତ୍ର ଓ ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁସାରେ, ଜଳେଶ୍ୱର ଅଂଚଳର ୨୩ବର୍ଷୀୟା Odia ଛାତ୍ରୀଜଣକ( medicalstudent) ଦୁର୍ଗାପୁର( durgapur)ର ଶିବାପୁରସ୍ଥିତ ଆଇକ୍ୟୁ ସିଟି ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀ । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରାତ୍ରିଭୋଜନ ପାଇଁ ବାହାରକୁ ଯାଇଥିଲେ । କଲେଜ ଗେଟ୍ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ବଳପୂର୍ବକ ଏକ ଜଙ୍ଗଲିଆ ଅଂଚଳକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ।
ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ତାଙ୍କ ସହ ଥିବା ପୁରୁଷ ବନ୍ଧୁଜଣକ ସେଠାରୁ ଖସି ପଳାଇଛନ୍ତି । ସମ୍ପୃକ୍ତ ପୁରୁଷ ବନ୍ଧୁଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ମଧ୍ୟ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏବଂ ପରିବାର ଲୋକେ ସେହି ବନ୍ଧୁଙ୍କର ମଧ୍ୟ ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରୁଛନ୍ତି । ପୁଲିସ ନିକଟରେ ଦାଏର ଅଭିଯୋଗରେ
ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ତାଙ୍କ ଝିଅକୁ ସମ୍ପୃକ୍ତ ପୁରୁଷ ବନ୍ଧୁଜଣକ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୁଲ୍ ବାଟରେ ଏକ ଶୂନଶାନ୍ ଜାଗାକୁ ନେଇଯାଇଥିଲେ । ଆକ୍ରମଣକାରୀମାନେ ତାଙ୍କ ଝିଅର ମୋବାଇଲ ଫୋନ୍ ଛଡ଼ାଇ ନେବା ସହ ୫ହଜାର ଟଙ୍କା ମଧ୍ୟ ନେଇଯାଇଥିବା ସେ କହିଛନ୍ତି । ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ପୀଡ଼ିତାଙ୍କ ବନ୍ଧୁଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ଜେରା କରିଛି । ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
