Advertisment

ଦୁବାଇରେ ପାଳନ ହେଲା ଓଡ଼ିଆ ନବବର୍ଷ

ଆବୁଧାବି ଓଡ଼ିଆ ସମାଜର କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ଓଡ଼ିଶା କାହାଣୀ ଓ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ହୋଇଥିବା ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ।

ଅଦ୍ୟତନ ହୋଇଛି
New Year

New Year

Advertisment

ବିଦେଶରେ ଓଡ଼ିଆ ପାଳିଲେ ଓଡ଼ିଆ ନବବର୍ଷ। ଗଲ୍‌ଫ ଓଡ଼ିଆ ଆସୋସିଏସନ୍‌ ପକ୍ଷରୁ ପ୍ରବାସୀ ଓଡ଼ିଆ ନବବର୍ଷକୁ ଧୁମ୍‌ଧାମରେ ପାଳନ କରିଛନ୍ତି। ଏଥିରେ ଆରବ ଦେଶ ତଥା କତାର, ଓମାନ, ସାଉଦି ଆରବ, ୟୁଏଇ(ଦୁବାଇ ଆବୁଦାବି) ବାହାରିନ୍‌ ଓ କ୍ୱେତର ଶତାଧିକ ପ୍ରବାସୀ ଯୋଗଦେଇଥିଲେ।

Advertisment

ନୂଆବର୍ଷ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ବିଦେଶରେ ପ୍ରବାସୀମାନେ ବଞ୍ଚେଇ ରଖିଥିବାରୁ ଗଲ୍‌ଫ ଓଡ଼ିଆ ଆସୋସିଏସନର ସମସ୍ତ ସଦସ୍ୟ ଓ ଅଧ୍ୟକ୍ଷ ଅଜୟ କୁମାର ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦୀପ ପ୍ରଜ୍ୱଳନ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ତା’ପରେ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଆବୁଧାବି ଓଡ଼ିଆ ସମାଜର କଳାକାରଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିବା ଓଡ଼ିଶା କାହାଣୀ ଓ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ହୋଇଥିବା ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ୮୮ତମ ଉତ୍କଳ ଦିବସର କାର୍ଯ୍ୟକାରୀ ସଭାପତି ବିଦ୍ୟାଭୂଷଣ ମହାନ୍ତି, ସାଧାରଣ ସମ୍ପାଦଙ୍କ ପ୍ୟାରୀମୋହନ ମଲ୍ଲିକ ଉତ୍କଳ ଦିବସରେ ଓଡ଼ିଶାର ଗର୍ବ, ଗୌରବ ଓ ଗାଥାକୁ ମନେପକାଇ ନିଜର ଅଭିଭାଷଣ ରଖିଥିଲେ। ଏଥି ସହିତ ଗଲ୍‌ଫର ୬ଟି ଦେଶରେ ଅବସ୍ଥିତ ଓଡ଼ିଆ ସଂଘଠନ ମୁଖ୍ୟ ତଥା ଡାକ୍ତର ବସନ୍ତ କବି, ବଦ୍ରିନାରାୟଣ ସୁବୁଦ୍ଧି, ଅମୀୟ ମିଶ୍ର, ମାନସ ଉଦଗାତା, ସରୋଜ ପାଣଗ୍ରାହୀ, ଜୟନ୍ତ ମହାପାତ୍ର, ରାକେଶ ରାଉତ, ବିଷ୍ଣୁ ମହାନ୍ତି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

Advertisment

ରିପୋର୍ଟ-ଜୟପୁରରୁ ଟି.ଗୌରୀଶଙ୍କର

Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe