Advertisment

କେରଳରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଲକ୍‌ଡାଉନ୍‌ ଯୋଗୁ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି। କେରଳରୁ ବାହାରିଥିବା ପ୍ରଥମ ଟ୍ରେନ୍ ଆଜି ଭୋର ପ୍ରାୟ ୫ଟା ବେଳେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା। ଏହି ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍ କେରଳର ଆଲୁଭା ଷ୍ଟେସନ୍‌ରୁ ଗତକାଲି ବାହାରିଥିଲା, ଯେଉଁଥିରେ ଦକ୍ଷିଣ ଓଡ଼ିଶାର ୫୧୧ ଜଣ ପ୍ରବାସୀ ଓଡ଼ିଆ ଆସିଥିଲେ। କନ୍ଧମାଳ ଜିଲ୍ଲାର ସର୍ବାଧିକ ୩୫୩ ଓଡ଼ିଆ ଏହି ଟ୍ରେନ୍‌ରେ ଆସିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୧୩୧, […]

କେରଳରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଆସିଲେ ପ୍ରବାସୀ ଓଡ଼ିଆ

berhampur

Advertisment

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଲକ୍‌ଡାଉନ୍‌ ଯୋଗୁ କେରଳରେ ଫସିରହିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି। କେରଳରୁ ବାହାରିଥିବା ପ୍ରଥମ ଟ୍ରେନ୍ ଆଜି ଭୋର ପ୍ରାୟ ୫ଟା ବେଳେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଥିଲା।

Advertisment

ଏହି ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ୍ ଟ୍ରେନ୍ କେରଳର ଆଲୁଭା ଷ୍ଟେସନ୍‌ରୁ ଗତକାଲି ବାହାରିଥିଲା, ଯେଉଁଥିରେ ଦକ୍ଷିଣ ଓଡ଼ିଶାର ୫୧୧ ଜଣ ପ୍ରବାସୀ ଓଡ଼ିଆ ଆସିଥିଲେ। କନ୍ଧମାଳ ଜିଲ୍ଲାର ସର୍ବାଧିକ ୩୫୩ ଓଡ଼ିଆ ଏହି ଟ୍ରେନ୍‌ରେ ଆସିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୧୩୧, ରାୟଗଡ଼ାର ୧୭, ବୌଦ୍ଧର ୬, ନବରଙ୍ଗପୁରର ୩ ଏବଂ କୋରାପୁଟର ଜଣେ ବ୍ୟକ୍ତି ଫେରିଛନ୍ତି।

ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହା ସହିତ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସମସ୍ତଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାରେ ହୋଇଥିବା କ୍ୱାରେଣ୍ଟାଇନ୍‌‌ ସେଣ୍ଟର଼ରେ ରଖାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe