Advertisment

ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ, ମିଳିଲା ପରିଚୟ

ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ଥିବା ଜଣାପଡ଼ିଛି। ମୃତ ପାଇଲଟଜଣକ ଗୋପାଳକୃଷ୍ଣ ପଣ୍ଡା ଓ ତାଙ୍କ ଘର ସମ୍ବଲପୁର ଜିଲ୍ଲାର ବାହାମ ଗାଁରେ ବୋଲି ଜଣାପଡ଼ିଛି। ଗତ ରାତିରେ ଏହି ଖବର ପାଇ ଗୋପାଳକୃଷ୍ଣଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାୟପୁରସ୍ଥିତ ସ୍ୱାମୀ  ବିବେକାନନ୍ଦ  ଏୟାରପୋର୍ଟରେ ଏକ […]

author-image
Niharika Rout
ଅଦ୍ୟତନ ହୋଇଛି
ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ମୃତ, ମିଳିଲା ପରିଚୟ

pilot

ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ଛତିଶଗଡ଼ର ରାଜଧାନୀ ରାୟପୁର ଏୟାରପୋର୍ଟରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ଥିବା ଜଣାପଡ଼ିଛି। ମୃତ ପାଇଲଟଜଣକ ଗୋପାଳକୃଷ୍ଣ ପଣ୍ଡା ଓ ତାଙ୍କ ଘର ସମ୍ବଲପୁର ଜିଲ୍ଲାର ବାହାମ ଗାଁରେ ବୋଲି ଜଣାପଡ଼ିଛି। ଗତ ରାତିରେ ଏହି ଖବର ପାଇ ଗୋପାଳକୃଷ୍ଣଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

Advertisment

ସୂଚନା ଅନୁଯାୟୀ, ଗତକାଲି ରାୟପୁରସ୍ଥିତ ସ୍ୱାମୀ  ବିବେକାନନ୍ଦ  ଏୟାରପୋର୍ଟରେ ଏକ ହେଲିକପ୍ଟର ନିୟମିତ ଅଭ୍ୟାସ ଲାଗି ଉଡାଣ ଭରିଥିଲା । ତେବେ କିଛି ସମୟ ପରେ ତାହା ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ରନୱେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି କ୍ରାଶ ହୋଇଥିବା ଜଣାପଡ଼ିଛି ।  ଉକ୍ତ ସମୟରେ ହେଲିକପ୍ଟରରେ ୨ ପାଇଲଟ ଓଡ଼ିଶାର  ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ ଏପି ଶ୍ରୀବାସ୍ତବ  ଥିବା ବେଳେ ସେମାନେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।  ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ  ହସ୍ପିଟାଲ ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ୍‌  କରି ମୃତ ଦୁଇ ପାଇଲଟଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

[caption id="attachment_734004" align="aligncenter" width="650"]captain ମା’ଙ୍କ ସହ ଗୋପାଳକୃଷ୍ଣ ପଣ୍ଡା ।[/caption]

Advertisment

ମୃତ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଝିଆରୀ କହିଛନ୍ତି, ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ଏହି ଖବର ପାଇବା ପରେ ପରିବାରରେ କାନ୍ଦ ବୋବାଳି  ପଡ଼ି ଯାଇଥିଲା। ଏହାପରେ ରାତିରେ ହିଁ ପରିବାର ଲୋକେ ରାୟପୁର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ । ହେଲେ ଶେଷକୃତ କେଉଁଠାରେ ସମ୍ପନ୍ନ ହେବ ସେ ନେଇ କିଛି ସ୍ଥିର ହୋଇ ନ ଥିବା ସେ କହିଛନ୍ତି।

Army Chopper Crash