ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ପ୍ରତି ପ୍ରଧାନମନ୍ତ୍ରୀ ଫେଲୋସିପ ନିମନ୍ତେ ହୋଇଥିବା ଚୟନ ପରୀକ୍ଷା ରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ବାୟୋଲୋଜିକାଲ ସାଇନ୍ସରେ ଉଚ୍ଚତ୍ତର ଗବେଷଣା ନିମନ୍ତେ ସମଗ୍ର ଭାରତ ବର୍ଷରୁ ମାତ୍ର ଦୁଇଜଣ ସଫଳତା ହାସଲ କରିଛନ୍ତି। ତନ୍ମଧ୍ୟରୁ ସୀମାଦ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ର ଗୌରବ ବଢାଇପାରିଛନ୍ତି।
ସୀମାଦ୍ରୀ ଏନ ଆଇ ଟି ରାଉରକେଲା ରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମାଡ୍ରାସ ଆଇଆଇଟିରେ ଗବେଷଣା କରୁଛନ୍ତି।ସେ ଗତବର୍ଷ ଆନ୍ତର୍ଜାତିକ ସମ୍ପାନରେ ଓଡିଶା ର "ବନ୍ଦେ ଉତ୍କଳ ଜନନୀ " ଉପରେ ସନ୍ଦର୍ଭ ଉପସ୍ଥାପନ କରି ପ୍ରଥମ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ସୀମାଦ୍ରୀ ଶୁଭଦର୍ଶିନୀ ବରିଷ୍ଠ ସାମ୍ବାଦିକ ,'ସୁଵାର୍ତ୍ତା'ର ସମ୍ପାଦକ ତଥା ଭାଷା ଆନ୍ଦୋଳନ, ଓଡିଶାର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଏକମାତ୍ର କନ୍ୟା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।