Advertisment

‘ପୁଅ ତା’ ଅଫିସ୍‌ର ହେଡ୍‌ ହେଇଗଲା, ଶୁଣିଲା ପରେ ଖୁସିରେ ମତେ ଭୋକ ଲାଗୁନି’

ଉଦଳା(ମାନସ ପାଣି): ଓଡ଼ିଆ ବୈଜ୍ଞାନିକ ଅଜିତ ମହାନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଏହି କୃତୀତ୍ୱରେ ସାରା ଓଡ଼ିଶାରୁ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ତାଙ୍କ ପୈତୃକ ଗ୍ରାମରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଅଜିତ୍‌ଙ୍କ ମା’ କହିଛନ୍ତି- ଶୁଣିଲି ପୁଅ ତା’ ଅଫିସ୍‌ରେ ହେଡ୍‌ ହୋଇଯାଇଛି। ଏ କଥା ଶୁଣି ମତେ ଆଉ ଖୁସିରେ ଭୋକ ଲାଗୁନି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅନ୍ତର୍ଗତ ଆରପଟା ପଞ୍ଚାୟତ ଖିରପଦା […]

‘ପୁଅ ତା’ ଅଫିସ୍‌ର ହେଡ୍‌ ହେଇଗଲା, ଶୁଣିଲା ପରେ ଖୁସିରେ ମତେ ଭୋକ ଲାଗୁନି’

bbby

Advertisment

ଉଦଳା(ମାନସ ପାଣି): ଓଡ଼ିଆ ବୈଜ୍ଞାନିକ ଅଜିତ ମହାନ୍ତି ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଏହି କୃତୀତ୍ୱରେ ସାରା ଓଡ଼ିଶାରୁ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ତାଙ୍କ ପୈତୃକ ଗ୍ରାମରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

Advertisment

publive-image

ଅଜିତ୍‌ଙ୍କ ମା’ କହିଛନ୍ତି-

ଶୁଣିଲି ପୁଅ ତା’ ଅଫିସ୍‌ରେ ହେଡ୍‌ ହୋଇଯାଇଛି। ଏ କଥା ଶୁଣି ମତେ ଆଉ ଖୁସିରେ ଭୋକ ଲାଗୁନି।

ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଅନ୍ତର୍ଗତ ଆରପଟା ପଞ୍ଚାୟତ ଖିରପଦା ଗାଁରେ ଜନ୍ମିତ ଅଜିତ୍‌ ଆଜି ସାରା ଓଡ଼ିଶା ପାଇଁ ଗୌରବ ପାଲଟି ଯାଇଛନ୍ତି।

Advertisment

ମାର୍ଚ୍ଚ ୬ ତାରିଖରେ ଅଜିତ ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ଗାଁ ମାଟିରେ ଏବେ ଖୁସିର ମାହୋଲ ଖେଳି ଯାଇଛି। ପରିବାରଠାରୁ ଆରମ୍ଭ କରି ସାଙ୍ଗସାଥୀ, ବନ୍ଧୁ ପରିଜନ ସମସ୍ତେ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି। ପରସ୍ପର ମିଠା ଖୁଆଇ ଏହି ଖୁସିର ମୁହୂର୍ତ୍ତକୁ ପାଳନ କରିଛନ୍ତି।

publive-image

ଅଜିତ୍‌ଙ୍କ ପାଇଁ ପରିବାର ସଦସ୍ୟ ବହୁତ ଖୁସି ଓ ଗର୍ବିତ ବୋଲି ତାଙ୍କ ସାନ ଭାଇ ଅଭିନ୍ନ ମହାନ୍ତି କହିଛନ୍ତି।

୧୯୭୫ ମସିହାରେ ଅଜିତ ମହାନ୍ତି କୁଆମରା ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବାରିପଦା ଏମ୍‌ପିସି କଲେଜରେ ପାଠ ପଢିଥିଲେ।  ଏହାପରେ ରେଭେନ୍ସା କଲେଜରେ ପିଜି ପାଠପଢା ଶେଷ କରି ୧୯୮୨ ମସିହାରେ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗଦେଇଥିଲେ। ସେ ତାଙ୍କର ଚାକିରି କାଳ ଭିତରେ ଆଇଏନ୍‌ଏସ୍‌ଏ ତରଫରୁ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଛନ୍ତି। ଏକ୍ସିଲେନ୍ସ ଇନ୍ ସାଇନ୍ସ ଟେକ୍ନୋଲୋଜି ଆଓ୍ୱାର୍ଡ ମଧ୍ୟ ହାତେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe