Advertisment

‘ୟୁମିଫେନୋଭିର୍’ ଔଷଧକୁ ନେଇ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫ୍ଲୁ ଔଷଧ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ ହେଉଛି, ତା’ ଉପରେ ଜାପାନରେ ରହି ଜଣେ ଓଡ଼ିଆ ପୁଅ ଗବେଷଣା କରୁଛନ୍ତି। ସେ ହେଉଛନ୍ତି ରାୟଗଡ଼ାର ଯୁବ ବୈଜ୍ଞାନିକ ଆଦିତ୍ୟ କୁମାର ପାଢ଼ୀ। ଏହି ଆଣ୍ଟି-ଭାଇରାଲ୍ ଡ୍ରଗର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି।  ଚୀନରେ କରୋନା ଚିକିତ୍ସା ପାଇଁ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
‘ୟୁମିଫେନୋଭିର୍’ ଔଷଧକୁ ନେଇ ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଫ୍ଲୁ ଔଷଧ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ ହେଉଛି, ତା’ ଉପରେ ଜାପାନରେ ରହି ଜଣେ ଓଡ଼ିଆ ପୁଅ ଗବେଷଣା କରୁଛନ୍ତି। ସେ ହେଉଛନ୍ତି ରାୟଗଡ଼ାର ଯୁବ ବୈଜ୍ଞାନିକ ଆଦିତ୍ୟ କୁମାର ପାଢ଼ୀ।

Advertisment

ଏହି ଆଣ୍ଟି-ଭାଇରାଲ୍ ଡ୍ରଗର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି।  ଚୀନରେ କରୋନା ଚିକିତ୍ସା ପାଇଁ ୟୁମିଫେନୋଭିର୍ ବ୍ୟବହୃତ ହେଉଛି। ତେବେ ଭାରତରେ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି। ଅନ୍ୟପକ୍ଷରେ ରାୟଗଡ଼ାର ଯୁବ ବୈଜ୍ଞାନିକ ଆଦିତ୍ୟ କୁମାର ପାଢ଼ୀ, ଭୁବନେଶ୍ୱର ନାଇଜର ଛାତ୍ର ଅନିରୁଦ୍ଧ ସିଲ୍ ଏବଂ ସିଲଂ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ୍ ପ୍ରଫେସର ତିମିର ତ୍ରିପାଠୀ ୟୁମିଫେନୋଭିର୍ ଉପରେ ଗବେଷଣା କରୁଛନ୍ତି। ଏହି ଗବେଷଣାର ନେତୃତ୍ୱ ନେଇଥିବା ଆଦିତ୍ୟ କୁମାର ପାଢ଼ୀ ଏବେ ଜାପାନର ରିକେନ୍ ଗବେଷଣା ପ୍ରତିଷ୍ଠାନରେ ରିସର୍ଚ୍ଚ କରୁଛନ୍ତି। ସେ  ବିପିୟୁଟିରୁ ବିଟେକ୍ ପରେ ଆଇଆଇଟି ଦିଲ୍ଲୀରେ ପିଏଚଡି ହାସଲ କରିଥିଲେ।