ଚମକିଲେ ଦୂତି, ୧୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ

ଏସିଆନ୍‌ ଗେମ୍ସ: ମାତ୍ର ଦୁଇ ସେକେଣ୍ଡ ପାଇଁ ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହେଲେ ଓଡ଼ିଆ ଧାବିକା

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଦୂତି ଚାନ୍ଦ ଚମକିଛନ୍ତି। ୧୦୦ ମିଟର୍‌ ଫାଇନାଲ ଦୌଡ଼ରେ  ଦୂତୀ ଦ୍ୱିତୀୟ ସ୍ଥାନ ଦଖଲ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

୧୦୦ ମିଟର୍‌ ଦୂରତା ଅତିକ୍ରମ କରିବାକୁ ଦୂତି ୧୧.୩୨ ସେକେଣ୍ଡ ନେଇଥିଲେ। ମାତ୍ର ୨ ସେକେଣ୍ଡ ପାଇଁ ସେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ।

୧୧.୪୩ ସେକେଣ୍ଡରେ ୧୦୦ ମିଟର୍‌ ଦୂରତା ଅତିକ୍ରମ କରି ଦୂତି ଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।