ମୋ ଝିଅ ବହୁତ ଖୁସି ଥିଲା, ସେ ଆତ୍ମହତ୍ୟା କରିପାରିବନି

ସୁରତ (ଶୈଳେଶ): ସୁରତର ଏକ କଫି ଶପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ଥାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ। ହେଲେ ସେଠାରେ ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସାଙ୍ଗରେ ଥିବା ଛାତ୍ରୀ ସେଠାରୁ ଫେରାର ହୋଇଯାଇଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ମଧୁସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ […]

surat

surat

Ranjit Kumar Jena
  • Published: Tuesday, 23 November 2021
  • Updated: 23 November 2021, 07:14 PM IST

ସୁରତ (ଶୈଳେଶ): ସୁରତର ଏକ କଫି ଶପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ଥାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ। ହେଲେ ସେଠାରେ ଡାକ୍ତର ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସାଙ୍ଗରେ ଥିବା ଛାତ୍ରୀ ସେଠାରୁ ଫେରାର ହୋଇଯାଇଛନ୍ତି।

ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ମଧୁସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମଧୁସ୍ମିତା ଜଣେ ମେଧାବୀ ଛାତ୍ରୀ ଥିଲେ। ସେ କେବେ ବି ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିନଥିବେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ ଏହି ହତ୍ୟାରେ ସଂପୃକ୍ତ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ସେପଟେ ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲି ଘଟଣାର ଛାନଭିନ କରୁଛି ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

ଯୁବତୀଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଜଣେ ମେଧାବୀ ଛାତ୍ରୀ ଥିଲା। ସେ ମଧ୍ୟ ନିଜ ଜୀବନରେ ବହୁତ ଖୁସି ଥିଲା। ସେ ବହୁତ ସାହସୀ ଥିଲା। ତେଣୁ ସେ କଦାପି ଆତ୍ମହତ୍ୟା କରିପାରିବ ନାହିଁ। ଯେଉଁ ଯୁବକ ଜଣକ ତାକୁ ହଇରାଣ କରୁଥିଲା ସେ ଜଣେ ଧର୍ମବାଦୀ ଥିଲା। ସେହି ତାଙ୍କ ଝିଅକୁ ବିଷ ଦେଇ ହତ୍ୟା କରିଛନ୍ତି।

ଅନ୍ୟପକ୍ଷରେ ଯୁବତୀଙ୍କ ଭାଇ କହିଛନ୍ତି ଯେ, ମଧୁସ୍ମିତା ସକାଳ ୯ଟାରୁ କଲେଜ ଯାଇଥିଲା। ସନ୍ଧ୍ୟା ୫ଟାରୁ ୬ ଭିତରେ ଘରକୁ ଫେରିଥାନ୍ତା। କିନ୍ତୁ ଘରକୁ ଆସିବାରୁ ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। ଫୋନ୍ ସୁଇଚ୍ ଅଫ୍ ଥିଲା। ତା’ ପରେ ପରିବାର ଲୋକେ ଯୁବତୀର ସାଙ୍ଗସାଥୀଙ୍କୁ ଫୋନ୍ କରିଥିଲେ। ହେଲେ ସମସ୍ତେ କହିଲେ ଯେ ମଧୁସ୍ମିତା କଲେଜରୁ ବାହାରି ଗଲାଣି। ମନରେ ସନ୍ଦେହ ଉପୁଜିବାରୁ ପରିବାର ଲୋକେ ମଧୁସ୍ମିତାଙ୍କୁ ଖୋଜାଖୋଜି କରିବାକୁ ଲାଗିଲେ।

ଏହାରି ଭିତରେ ସାଢ଼େ ୯ଟା ବେଳେ ମଧୁସ୍ମିତାଙ୍କର ଫୋନ ଅନ୍ ହେଲା। ଫୋନ୍ କଲାରୁ ଜଣେ ପୁଲିସ୍ କଲ୍ ରିସିଭ୍ କଲା। ପୁଲିସ୍ ପରିବାର ଲୋକଙ୍କୁ କଟୌତରା ଥାନାକୁ ଡାକିଥିଲା। ଥାନାରେ ଘଣ୍ଟାଏ ଅପେକ୍ଷା କରିବା ପରେ ଆମକୁ ପୁଲିସ୍ କହିଲା ଯେ ମଧୁସ୍ମିତା ବିଷ ପିଇ ଆତ୍ମହତ୍ୟା କରିଛି।

ତେବେ ପରିବାର ଲୋକ ପୁଲିସ କଥାକୁ ଆଦୌ ବିଶ୍ୱାସ କରିନାହାନ୍ତି। ଯୁବତୀକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ ମଦାନୀ ନାମକ ଜଣେ ଯୁବକ ମଧୁସ୍ମିତାଙ୍କୁ ବାରମ୍ବାର ହଇରାଣ କରୁଥିଲା। ଯେଉଁଥିପାଇଁ ମଧୁସ୍ମିତାଙ୍କ କଲେଜକୁ ବଦଳାଇ ଦିଆଗଲା। ଏହା ପରେ ମଧୁସ୍ମିତା ସୁରଟର କାମରେଜ୍ ଅଞ୍ଚଳରେ ବିଇଡି ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିଲେ। ତଥାପି ଯୁବକ ଜଣକ ମଧୁସ୍ମିତାକୁ ହଇରାଣ କରୁଥିଲା। ଆଉ ସେହି ଯୁବକ ହିଁ ତାଙ୍କ ଝିଅକୁ ମାରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯୁବତୀଙ୍କ ଭାଇ କହିଛନ୍ତି ଯେ ଯଦି ଫୋନ୍ ପୁଲିସ୍ ପାଖରେ ଥିଲା, ତାହେଲେ ସେମାନେ ତିନି ଘଣ୍ଟା ବିଳମ୍ବରେ କାହିଁକି ଆମକୁ ଖବର ଦେଲେ। ପୁଲିସ୍ ଆମକୁ କଫି ଦୋକାନର ମାଲିକଙ୍କ ସହ କଥାବାର୍ତ୍ତା କରିବାକୁ ଦେଲା ନାହିଁ। ଆମେ ଭାବୁଛୁ ଯେ କଫି ଦୋକାନର ମାଲିକ ମଧ୍ୟ ଏଥିରେ ଜଡିତ ଅଛନ୍ତି। ଫରେନସିକ୍ ପୋଷ୍ଟମର୍ଟମ କରିବା ପାଇଁ ଆମେ ପ୍ରଶାସନ ସହ କଥା ହୋଇଛୁ ଏବଂ ଅଭିଯୁକ୍ତ ମଦାନୀ ଗିରଫ ନହେବା ପର୍ଯ୍ୟନ୍ତ ଆମେ ଆମ ଭଉଣୀର ମୃତଦେହକୁ ନେବୁ ନାହିଁ ବୋଲି ଯୁବତୀର ଭାଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story