Advertisment

ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ

ରାଉରକେଲା(ପବନ ତିୱାରୀ): ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟି ନ ଥିବା ବେଳେ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ବାସନ୍ତୀ କଲୋନୀରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ  । ସନ୍ତୋଷ ରାଉରକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ। ମାତ୍ର ଗତକାଲି  ରାତିରେ  ନିଜ ବେଡରୁମ୍‌ରେ ଥିବା ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିଲେ। ପରିବାର ଲୋକେ […]

ଅଦ୍ୟତନ ହୋଇଛି
ଜୀବନ ହାରିଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ, ଘରୁ ମିଳିଲା ଝୁଲନ୍ତା ମୃତଦେହ

suicide

Advertisment

ରାଉରକେଲା(ପବନ ତିୱାରୀ): ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟି ନ ଥିବା ବେଳେ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ବାସନ୍ତୀ କଲୋନୀରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ  ।

Advertisment

ସନ୍ତୋଷ ରାଉରକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ। ମାତ୍ର ଗତକାଲି  ରାତିରେ  ନିଜ ବେଡରୁମ୍‌ରେ ଥିବା ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିଲେ। ପରିବାର ଲୋକେ ଏହା ଜାଣିପାରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୁଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି । ତାଙ୍କ ବ୍ୟବଚ୍ଛେଦ ପରେ ତାଙ୍କ ଶବ ସତ୍କାର କରାଯିବ ।

ଟେଲି ଅଭିନେତ୍ରୀ ରଶ୍ମିରେଖା ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହିସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ-ଇନ୍‌ରେ ରହୁଥିବା ବେଳେ ଗତ ୧୭ ତାରିଖରେ ଆତ୍ମହତ୍ୟା କରିଥିଲେ। ଏହାପରେ ସନ୍ତୋଷଙ୍କ ପତ୍ତା ମିଳୁ ନ ଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ସେ ହାଜର ହୋଇଥିଲେ ।  ଜେରା ବେଳେ ଦୁହେଁ ମନ୍ଦିରରେ ବିବାହ କରି ପତିପତ୍ନୀ ପରି ରହୁଥିବା ସ୍ୱୀକାର କରିଥିଲେ ସନ୍ତୋଷ । ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କାରଣ କହି ପାରିବେନି ବୋଲି କହିଥିଲେ।

Advertisment

ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ହୁଏତ ମାନସିକ ଚାପ ଯୋଗୁ ସେ ଏପରି ଚରମ ପଦକ୍ଷେପ ଉଠାଇ ଥାଇପାରନ୍ତି, ନଚେତ ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ନୟାପଲ୍‌ ପୁଲିସ୍‌ ଜେରା କରିବା ପରେ ସନ୍ତୋଷ ୩,୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ନିକଟ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିଦେଇଥିଲେ । ମାତ୍ର ଗତକାଲି ରାତିରେ ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିବା ବେଳେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବୃଦ୍ଧ ବାପାମା’  ।

Ollywood Actor Suicide Rashmirekha Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe