ସାହିତ୍ୟିକ ଶତ୍ରୁଘ୍ନ ପାଣ୍ଡବଙ୍କୁ ପ୍ରଦାନ କରାଗଲା ସମ୍ମାନଜନକ ‘ଶାରଳା ପୁରସ୍କାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ପ୍ରଦାନ କରାଗଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର। କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା’ ସଂଗୀତ […]

4-000

Tapas Behera
  • Published: Friday, 26 October 2018
  • , Updated: 26 October 2018, 09:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବଙ୍କୁ ପ୍ରଦାନ କରାଗଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର। କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ପାଇଁ ସେ ୩୯ତମ ଶାରଳା ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ସଂଗୀତ ଓ ନୃତ୍ୟ କ୍ଷେତ୍ରରେ ୨ କୃତୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା’ ସଂଗୀତ ସମ୍ମାନ ଓ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା’ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯାଇଛି।

ପୁରସ୍କାର ବାବଦରେ ଉଭୟଙ୍କୁ ଏକ ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ମିଳଛି। ସାହିତ୍ୟ ଓ କଳା କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ଲାଗି ଇଣ୍ଡିଆନ୍ ମେଟାଲସ୍‌ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ୧୯୭୯ ମସିହାରୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇ ଆସୁଛି।

ଦେଖନ୍ତୁ ଭିଡିଓ

https://youtu.be/_5O2LdsueD4

Related story