Advertisment

ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରେ ଫସିଥିବା ମୃତ ଓଡ଼ିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡା ସ୍ୱର୍ଗତ ସଦାଶିବଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ ପରେ ଶ୍ରୀ ପଣ୍ଡା ସଦାଶିବଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ କତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ […]

ଅଦ୍ୟତନ ହୋଇଛି
ବୈଜୟନ୍ତଙ୍କ ହସ୍ତକ୍ଷେପ ପରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

b-panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ କତାରରେ ଫସିଥିବା ମୃତ ଓଡ଼ିଆ ଯୁବକ ସଦାଶିବ ଦାସଙ୍କ ମରଶରୀର ଆଜି ଓଡ଼ିଶାରେ ପହଞ୍ଚିଛି। ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡା ସ୍ୱର୍ଗତ ସଦାଶିବଙ୍କ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପରିବାର ଲୋକଙ୍କ ଅନୁରୋଧ ପରେ ଶ୍ରୀ ପଣ୍ଡା ସଦାଶିବଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ କତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଥିଲେ।

Advertisment

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଖଳଦା ସାହିର ସର୍ବେଶ୍ୱର ଦାସଙ୍କ ପୁଅ ସଦାଶିବ ଗତ ୯ ମାସ ହେଲା କତାରରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଗତ ୨୫ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା। ତା’ପର ଦିନ ଅର୍ଥାତ ୨୬ ତାରିଖରେ ସେଠାରେ ଅନ୍ୟ ଏକ କମ୍ପାନୀରେ କାମ କରୁଥିବା ଦିଲ୍ଲୀପ ଘଡ଼ାଇ ଏନେଇ ସଦାଶିବଙ୍କ ପରିବାରକୁ ସୂଚନା ଦେଇଥିଲେ।

ସର୍ବେଶ୍ୱର ଜଣେ ଗରିବ ଶ୍ରେଣୀରେ ହୋଇଥିବାରୁ ନିଜର ଏକମାତ୍ର ପୁଅର ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ପାଖରେ ସମ୍ୱଳ ନାହିଁ। ସେଥିପାଇଁ ସେ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ସର୍ବେଶ୍ୱରଙ୍କ ଅନୁରୋଧ ରକ୍ଷା କରି ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀର ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe