Advertisment

ସାଇବର ଠକଙ୍କୁ ଫସାଇଲେ ଓଡ଼ିଆ ଯୁବକ, ଫେରିପାଇଲେ ୨୨୦୦୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସି ଗଲେ ସାଇବର ଠକ। ତାଙ୍କୁ ଫସାଇ ଦେଲେ ଓଡ଼ିଆ ଯୁବକ। ନିଜର ବୁଦ୍ଧି ଖଟାଇ ସାଇବର ଠକଙ୍କଠାରୁ ଛଡ଼ାଇ ଆଣିଲେ ୨୨,୦୦୦ ଟଙ୍କା। ସାଇବର ଠକଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏଭଳି ଏକ ଖବର। ଏବେ ସାଇବର ଠକମାନେ ଏହି ଯୁବକଙ୍କ ପଛରେ ପଡ଼ିଯାଇଥିବା ବେଳେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଜଟଣୀ କୁଦିଆରୀ ଅଞ୍ଚଳରେ ରହନ୍ତି ଲୋକନାଥ ପ୍ରଧାନ। ଗତ ୨୪ ତାରିଖରେ ତାଙ୍କ […]

ଅଦ୍ୟତନ ହୋଇଛି
ସାଇବର ଠକଙ୍କୁ ଫସାଇଲେ ଓଡ଼ିଆ ଯୁବକ, ଫେରିପାଇଲେ ୨୨୦୦୦ ଟଙ୍କା

Loknath

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫସି ଗଲେ ସାଇବର ଠକ। ତାଙ୍କୁ ଫସାଇ ଦେଲେ ଓଡ଼ିଆ ଯୁବକ। ନିଜର ବୁଦ୍ଧି ଖଟାଇ ସାଇବର ଠକଙ୍କଠାରୁ ଛଡ଼ାଇ ଆଣିଲେ ୨୨,୦୦୦ ଟଙ୍କା। ସାଇବର ଠକଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏଭଳି ଏକ ଖବର। ଏବେ ସାଇବର ଠକମାନେ ଏହି ଯୁବକଙ୍କ ପଛରେ ପଡ଼ିଯାଇଥିବା ବେଳେ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

ଜଟଣୀ କୁଦିଆରୀ ଅଞ୍ଚଳରେ ରହନ୍ତି ଲୋକନାଥ ପ୍ରଧାନ। ଗତ ୨୪ ତାରିଖରେ ତାଙ୍କ ଦରମା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ସେହି ଟଙ୍କା ସେ ଫୋନ୍‌ ପେ’ ମାଧ୍ୟମରେ ଘରକୁ ପଠାଇବା ପାଇଁ ଚାହିଁ ଥିଲେ। ମାତ୍ର ଫୋନ୍‌ ପେ’ରେ ସମସ୍ୟା ଦେଖା ଦେଇଥିଲା। ଯେଉଁଥିପାଇଁ ଟଙ୍କା ଟ୍ରାନ୍ସଫର ହୋଇପାରୁ ନଥିଲା। ଦୁଇ ଦିନ ଧରି ସେ ବାରମ୍ୱାର ଟ୍ରାଏ କଲା ପରେ ମଧ୍ୟ ଟଙ୍କା ପଠାଇ ପାରିନଥିଲେ। ପରେ ସେ ଗୁଗଲ୍‌ରେ ଫୋନ୍‌ ପେ’ କଷ୍ଟମର କେୟାର ନମ୍ୱର ସର୍ଚ୍ଚ କରିଥିଲେ। ଆଉ ସେଥିରୁ ମିଳିଥିବା ନମ୍ୱରରେ ସେ ଫୋନ୍‌ କରିଥିଲେ।

ହେଲେ କଲ୍‌ଟି ଫୋନ୍‌ ପେ’ କଷ୍ଟମ କେୟାର ସେଣ୍ଟରରେ ଲାଗିବା ବଦଳରେ ଲାଗିଥିଲା ସାଇବର ଠକଙ୍କ ପାଖରେ। ସାଇବର ଠକମାନେ ଫୋନ୍‌ ରିସିଭ୍‌ କରି ସମସ୍ୟା ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଏନି ଡେସ୍କ, ଧାନୀ, ଓମ୍‌ନିକାଟ ଓ କଷ୍ଟମର ରେଜିଷ୍ଟର ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲେ। ସେମାନଙ୍କ ପରାମର୍ଶ ଲୋକନାଥ ଏନି ଡେସ୍କ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ।

Advertisment

ଲୋକନାଥ ଏନି ଡେସ୍କ ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ତାଙ୍କ ଆଧାର ଓ ପାନ୍‌ କାର୍ଡ ନମ୍ୱର ନେଇ ଯାଇଥିଲେ ସାଇବର ଠକ। ପରେ ଫୋନ୍‌ ପେ’ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଥିଲେ। ଲୋକନାଥଙ୍କ ଆକ୍ସିସ୍‌ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରି ସାଇବର ଠକମାନେ ଆଇଡିବିଆଇ ବ୍ୟାଙ୍କରେ ଆଉ ଏକ ଆକାଉଣ୍ଟ ଖୋଲି ସବୁ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଦୁଇ ଦିନ ଧରି ତାଙ୍କୁ ଭୁଆଁ ବୁଲାଇଥିଲେ। ନିଜ ଇଚ୍ଛାରେ ଆକାଉଣ୍ଟ ପରିଚାଳନା କରୁଥିଲେ। ଲୋକନାଥଙ୍କ ଆକାଉଣ୍ଟରୁ ନେଇଯାଇଥିବା ୨୨,୦୦୦ ଟଙ୍କା ପୁଣି ଥରେ ଜମା କରିଦେଇଥିଲେ। ଟଙ୍କା ଜମା କରିବା ପରେ ଭିଡିଓ କଲ୍‌ କରିବା ପାଇଁ ସାଇବର ଠକମାନେ କହିଥିଲେ। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ଲୋକନାଥ।

ମନରେ ସନ୍ଦେହ ହେବାରୁ ଲୋକନାଥ ସାଙ୍ଗମାନଙ୍କ ସହଯୋଗ ଲୋଡିଲେ। ସାଙ୍ଗମାନେ ସବୁ ଶୁଣିବା ପରେ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସେମାନେ ଫୋନ୍‌ ପେ’ ବ୍ଲକ କରିଥିବାରୁ ଟଙ୍କା ଟ୍ରାନ୍ସଫର କରିପାରୁନଥିଲେ। ଏହା ପରେ ଲୋକନାଥ ସେମାନଙ୍କୁ(ସାଇବର ଠକ) ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଏ ଆକାଉଣ୍ଟ ଖୋଲିବାକୁ କାକୁତି ମିନତି ହୋଇଥିଲେ। ଲୋକନାଥଙ୍କ ନିବେଦନ ଶୁଣି ସେମାନେ ଆକାଉଣ୍ଟ ଅନ୍‌ କରି ଦେଇଥିଲେ। ଏହାର ସୁଯୋଗ ନେଇ ଲୋକନାଥ ଆକାଉଣ୍ଟରେ ଥିବା ସବୁ ଟଙ୍କା ନିଜ ଭାଇ ଓ ବନ୍ଧଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲେ।

ଟଙ୍କା ଟ୍ରାନ୍ସଫର ପରେ ସାଇବର ଠକମାନେ ୩ରୁ ୪ ଟି ନମ୍ୱରରୁ ଫୋନ୍‌ କରିଥିଲେ। ଆଉ କହିଥିଲେ କାହିଁକି ଟଙ୍କା ଟ୍ରାନ୍ସଫର କଲ? ଫୋନ୍‌ ଆସିଥିବା ସବୁ ନମ୍ୱର ବ୍ଲକ କରି ଲୋକନାଥ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ମଧ୍ୟ ସାଇବର ଠକମାନେ ଲୋକନାଥଙ୍କ ପିଛା ଛାଡ଼ି ନଥିଲେ। ସୋମବାର ସାଇବର ଠକମାନେ ଫୋନ୍‌ କରିଥିବା ଲୋକନାଥ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe