Advertisment

ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଉଦ୍ଧାର ହେଲେ ଅସୁସ୍ଥ ଓଡ଼ିଆ ଯୁବକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର ଅସୁସ୍ଥ ଯୁବକ ବାଇଧର ଘଡାଇ ଆଜି ଓଡିଶାରେ ପହଞ୍ଚିଛନ୍ତି। ବାଇଧରଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଅକ୍ଟୋବର ୨୩ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ। ଯାହା ପରେ ବୈଜୟନ୍ତ ଦୂତାବାସ ସହ ନିୟମିତ ଯୋଗାଯୋଗରେ ଥିଲେ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ […]

author-image
Ranjit Kumar Jena
ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଉଦ୍ଧାର ହେଲେ ଅସୁସ୍ଥ ଓଡ଼ିଆ ଯୁବକ

baidhar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର ଅସୁସ୍ଥ ଯୁବକ ବାଇଧର ଘଡାଇ ଆଜି ଓଡିଶାରେ ପହଞ୍ଚିଛନ୍ତି। ବାଇଧରଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଅକ୍ଟୋବର ୨୩ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ। ଯାହା ପରେ ବୈଜୟନ୍ତ ଦୂତାବାସ ସହ ନିୟମିତ ଯୋଗାଯୋଗରେ ଥିଲେ।

Advertisment

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପନ୍ତୁରୀ ଗାଁର ନିରାକାର ଘଡାଇଙ୍କ ବଡ ପୁଅ ବାଇଧର ଘଡାଇ ନିଜର ସଂର୍ପକୀୟଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଗତ ୫ ମାସ ହେବ କାମ କରି ଆସୁଥିଲେ। କିନ୍ତୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ ହୋଇଥିଲା।

ଚିକିତ୍ସାରେ କୌଣସି ସୁଫଳ ନମିଳିବା ସହ ଅଧିକ ଯନ୍ତ୍ରଣା କାରଣରୁ କମ୍ପାନୀ ଛାଡି ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇନଥିଲେ କିମ୍ବା ବକେୟା ଦରମା ମଧ୍ୟ ଦେଉନଥିବା ବାଇଧର ପରିବାର ଲୋକଙ୍କୁ ଜଣାଇଥିଲେ। ଅସହାୟ ବାଇଧର ସେଠାରେ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଥିଲେ।

Advertisment

ଏ ନେଇ ବାଇଧରଙ୍କ ପିତା ନିରାକାର ଘଡାଇ ପୁଅକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଭଳି କାର୍ଯ୍ୟ ପାଇଁ ବାଇଧରଙ୍କ ପରିବାର ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Right