Advertisment

ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା, ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ତଦନ୍ତ ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ସୌମ୍ୟଙ୍କର ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଥିଲା। ଏଥିରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କର କୌଣସି ସମ୍ପୃକ୍ତି […]

ଅଦ୍ୟତନ ହୋଇଛି
ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ଦୁର୍ଘଟଣା, ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

Bidya and Soumaya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା। ତଦନ୍ତ ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି। ସୌମ୍ୟଙ୍କର ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଥିଲା। ଏଥିରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କର କୌଣସି ସମ୍ପୃକ୍ତି ନାହିଁ। ତେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ପଣ୍ଡା ଲିଭାଇ ନଥିଲେ। ଏନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କ୍ରାଇମ୍‌ବ୍ରାଞ୍ଚ ଏଡିଜି ଆହୁରି କହିଛନ୍ତି, ତଦନ୍ତ ଏବଂ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁସାରେ ଏହି ଘଟଣାରେ ଡିଏଫ୍‌ଓଙ୍କର କିଛି ଭୂମିକା ନାହିଁ। ତାଙ୍କ ବିରୋଧରେ କିଛି ପ୍ରମାଣ ମିଳିନି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କର ବି କିଛି ଭୂମିକା ନାହିଁ।

Advertisment

ସେ କହିଛନ୍ତି,  ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନଥିଲା।  ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ନିଆଁ ଲାଗିବା ପରେ ବିଦ୍ୟାଭାରତୀ ଲିଭାଇ ନଥିଲେ। ସୌମ୍ୟ ଜଳୁଥିଲେ ବି ସେ ନିଆଁ ଲିଭାଇବାକୁ ଚେଷ୍ଟା କରି ନଥିଲେ। ନିଜେ ନିଆଁ ଲିଭାଇ ନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ତା’ପର ଦିନ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ଘଟିଥିଲା। ପାରଳାଖେମୁଣ୍ଡି ପୁଲିସ୍ ପ୍ରଥମେ ଘଟଣାର ତଦନ୍ତ କରିଥିଲା। କିନ୍ତୁ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏହା ପରେ ଅଗଷ୍ଟ ମାସ ମଧ୍ୟ ଭାଗରେ ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ କରିଥିଲା। ସମସ୍ତ ଅଭିଯୁକ୍ତ- ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ପଲିଗ୍ରାଫ୍ ଟେଷ୍ଟ ବି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe