୨୫ରେ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୨୫ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ପ୍ରିଲିମ୍) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୫ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରର ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୩୦୪ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି […]

Odisha-Secretariat-1

Sampad Mahapatra
  • Published: Saturday, 17 November 2018
  • , Updated: 17 November 2018, 06:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୨୫ତାରିଖରେ ଓଡ଼ିଶା ପ୍ରଶାସନିକ ସେବା(ପ୍ରିଲିମ୍) ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୫ଟି ସହର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରର ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୦୩୦୪ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ମୋଟ ୨୧୮ଟି ଓଏଏସ, ଓପିଏସ, ଓଏଫଏସ୍, ଓସିଏସ୍ , ଓଆରଏସ୍, ଓଟି ଆଣ୍ଡ ଏଏସ୍ ଓ ଓଇଏସ୍ ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷାର୍ଥୀଙ୍କୁ ଉଭୟ ଅଫଲାଇନ୍ ଓ ଅନଲାଇନରେ ଆଡିମିଟ୍ କାର୍ଡ ଜାରି କରାଯିବ।ଏହି ୨୦୦ ମାର୍କର ପ୍ରିଲିମ୍ ପରୀକ୍ଷା ଦୁଇଟି ସିଟିଙ୍ଗରେ ହେବ। ଏଥିରେ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ।

Related story