Advertisment

ଫେଲ୍‌ ମାରିଲା ସର୍ବଦଳୀୟ ଉଦ୍ୟମ, କୋଟିଆରେ ହେବ ନିର୍ବାଚନ

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲାର କୋଟିଆରେ ହେବ ନିର୍ବାଚନ। ଆଜି ବସିଥିବା ସର୍ବଦଳୀୟ ବୈଠକ ଉଦ୍ୟମ୍‌ ଫେଲ୍‌ ମାରିଛି। ତେଣୁ ପଟାଙ୍ଗୀ ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବ ନିର୍ବାଚନ। ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାଧୀନ ପ୍ରାର୍ଥୀ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଟିକାଇ ଗେମେଲଙ୍କର ହେବ ଲଢେଇ। କହିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ। ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ସର୍ବଦଳୀୟ କମିଟି ଜଣେ […]

author-image
Manoranjan Sial
ଫେଲ୍‌ ମାରିଲା ସର୍ବଦଳୀୟ ଉଦ୍ୟମ, କୋଟିଆରେ ହେବ ନିର୍ବାଚନ

Mamata

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲାର କୋଟିଆରେ ହେବ ନିର୍ବାଚନ। ଆଜି ବସିଥିବା ସର୍ବଦଳୀୟ ବୈଠକ ଉଦ୍ୟମ୍‌ ଫେଲ୍‌ ମାରିଛି। ତେଣୁ ପଟାଙ୍ଗୀ ଜୋନ୍‌-୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବ ନିର୍ବାଚନ। ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ସ୍ୱାଧୀନ ପ୍ରାର୍ଥୀ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଟିକାଇ ଗେମେଲଙ୍କର ହେବ ଲଢେଇ। କହିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ।

Advertisment

ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ସର୍ବଦଳୀୟ କମିଟି ଜଣେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ସେଥିରେ ଆମେ ସଫଳ ହୋଇଛୁ। ମାତ୍ର କିଛି କୁଚକ୍ରି ଗୋଷ୍ଠୀ ଷଡ଼ଯନ୍ତ୍ର କରି ପ୍ରାର୍ଥୀ ଦେଇଛନ୍ତି। ହେଲେ ଆମେ ସମସ୍ତେ ସର୍ବଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରହିଛୁ। ନିର୍ବାଚନ ବେଳେ ଆମେ ଗାଁକୁ ଗାଁ ବୁଲି ତାଙ୍କ ପାଇଁ ପ୍ରଚାର କରିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସେହିପରି ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି-“ଆନ୍ଧ୍ରକୁ ଗୋଟିଏ ମେସେଜ୍‌ ଦେବା ପାଇଁ ନିର୍ବାଚନ ନକରିବାକୁ ସର୍ବଦଳୀୟ ନିଷ୍ପତ୍ତି ନେବାକୁ କୋଟିଆବାସୀ ହିସାବରେ ମୁଁ ପ୍ରସ୍ତାବ ଦେଇଥିଲି। ମୋର ସେହି ପ୍ରସ୍ତାବରେ ସମସ୍ତେ ରାଜି ହୋଇଥିଲେ। ସର୍ବଦଳ ନିଷ୍ପତ୍ତି ଅନୁସାରେ କୋଟିଆବାସୀଙ୍କ ଭିତରୁ ଜଣକୁ ପ୍ରାର୍ଥୀ କରାଇଥିଲୁ। ବାକି ସରପଞ୍ଚ, ସମିତି ମେମ୍ୱର ଓ ୱାର୍ଡ଼ ମେମ୍ୱରମାନଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ସମସ୍ତେ ଚେଷ୍ଟା କରୁଥିଲୁ। ଆମର ସବୁ ଟେଷ୍ଟା ସତ୍ତ୍ୱେ ଜଣେ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ଭାବନ୍ତୁ ସେମାନଙ୍କ ପଛରେ ନିଶ୍ଚିତ କିଛିନା କିଛି ଅଦୃଶ୍ୟ ଶକ୍ତି କାମ କରୁଛି।”

Advertisment

ରାମଚନ୍ଦ୍ର କାଡ଼ାମୁ କହିଛନ୍ତି-“ସିଏ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ମାତ୍ର ମମତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯିବା ପରେ ତାଙ୍କଠାରୁ ଟିକଟ ପ୍ରତ୍ୟାହୃତ କରାଯାଇଥିଲା। ତେଣୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। କୋଟିଆର ହିତ ପାଇଁ ଆମେ ସମସ୍ତେ ମମତା ଜାନିଙ୍କୁ ସମର୍ଥନ ଦେଉଛୁ।”

Odisha Panchayat Election 2022