Advertisment

ସହରୀ ବାସହୀନଙ୍କୁ ଆଶ୍ରୟ ମାମଲା; ଓଡ଼ିଶା ସରକାରଙ୍କୁ ଲକ୍ଷେ ଟଙ୍କାର ତଣ୍ଡ

ନୂଆଦିଲ୍ଲୀ ( ଓଡ଼ିଶା ରିପୋର୍ଟର): ସହରାଂଚଳରେ ବାସହୀନଙ୍କୁ ଆଶ୍ରୟ ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ଉଦ୍ଦିଷ୍ଟ କମିଟିରେ ସିଭିଲ ସୋସାଇଟି ସଦସ୍ୟଙ୍କ ନାମ ସାମିଲ କରିନଥିବାରୁ ଓଡ଼ିଶା ସରକାର ତଣ୍ଡ ଗଣିବେ। ୩ ସପ୍ତାହ ମଧ୍ୟରେ ଏହି ଜୋରିମାନା ଅର୍ଥ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି ସହରାଂଚଳ ବାସହୀନଙ୍କୁ ଆଶ୍ରୟ ଦେବା ମାମଲାରେ ରାଜ୍ୟଗୁଡ଼ିକର ବେପରୁୱା ମନୋଭାବ […]

author-image
Sampad Mahapatra
ସହରୀ ବାସହୀନଙ୍କୁ ଆଶ୍ରୟ ମାମଲା; ଓଡ଼ିଶା ସରକାରଙ୍କୁ ଲକ୍ଷେ ଟଙ୍କାର ତଣ୍ଡ

homeless 22

ନୂଆଦିଲ୍ଲୀ ( ଓଡ଼ିଶା ରିପୋର୍ଟର): ସହରାଂଚଳରେ ବାସହୀନଙ୍କୁ ଆଶ୍ରୟ ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ଉଦ୍ଦିଷ୍ଟ କମିଟିରେ ସିଭିଲ ସୋସାଇଟି ସଦସ୍ୟଙ୍କ ନାମ ସାମିଲ କରିନଥିବାରୁ ଓଡ଼ିଶା ସରକାର ତଣ୍ଡ ଗଣିବେ। ୩ ସପ୍ତାହ ମଧ୍ୟରେ ଏହି ଜୋରିମାନା ଅର୍ଥ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଆଜି ସହରାଂଚଳ ବାସହୀନଙ୍କୁ ଆଶ୍ରୟ ଦେବା ମାମଲାରେ ରାଜ୍ୟଗୁଡ଼ିକର ବେପରୁୱା ମନୋଭାବ ଉପରେ ଅସନ୍ତୋଷ ବ୍ୟକ୍ତ କରି ୨୦୧୮ ମାର୍ଚ୍ଚ ୨୨ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିନଥିବାରୁ ଓଡ଼ିଶା ସମେତ ୯ଟି ରାଜ୍ୟ ସରକାରଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏ ଜୋରିମାନା କରିଛନ୍ତି।
୩ସପ୍ତାହ ମଧ୍ୟରେ ଏହି ଜୋରିମାନା ଅର୍ଥକୁ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ ଅଥରିଟିଙ୍କ ନିକଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସହରାଂଚଳରେ ବାସହୀନଙ୍କ ଆଶ୍ରୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ କ’ଣ ଆକ୍ସନ୍ ପ୍ଲାନ୍ କରାଯାଇଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment
ଏପରିକି ସେହି ଆକ୍ସନ ପ୍ଲାନରେ ବାସହୀନଙ୍କୁ ଚିହ୍ନଟ, ସେମାନଙ୍କୁ ପରିଚୟ ପତ୍ର ଓ ମିଳିଥିବା ଆଶ୍ରୟସ୍ଥଳୀ ଆଦି ଉଲ୍ଲେଖ କରିବାକୁ କହିଛନ୍ତି। ନଭେମ୍ବର ମାସ ମଧ୍ୟରେ ଏହି ଆକ୍ସନ ପ୍ଲାନ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆବାସ ହେଉଛି ପ୍ରତ୍ୟେକଙ୍କର ମୌଳିକ ଆବଶ୍ୟକତା ଓ ଏ କ୍ଷେତ୍ରରେ ରାଜ୍ୟ ସରକାର ନିଜର ଦାୟିତ୍ୱରୁ ଖସିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ରାଜ୍ୟର ସହରାଂଚଳଗୁଡ଼ିକରେ ବାସହୀନ ଲୋକମାନେ ରାତିରେ ରାସ୍ତାକଡ଼ରେ ଶୋଉଥିବାରୁ ଓ ମୌଳିକ ସୁବିଧାସୁଯୋଗରୁ ବଂଚିତ ହେଉଥିବା ଘଟଣାରେ ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ ସତ୍ୱେ ରାଜ୍ୟଗୁଡ଼ିକ ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଆଗକୁ ଶୀତଦିନ ଆସୁଥିବାରୁ ସୁପ୍ରିମକୋର୍ଟ ବାସହୀନ ଲୋକଙ୍କୁ ଆଶ୍ରୟ ବ୍ୟବସ୍ଥା ଉପଲବ୍ଧ କରାଇବା କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି।
ଅପରପକ୍ଷରେ ସହରାଂଚଳରେ ବାସହୀନଙ୍କୁ ଆଶ୍ରୟ ଦେବା ବ୍ୟାପାର ରାଜ୍ୟର ଦାୟିତ୍ୱ ବୋଲି ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇଛନ୍ତି।