Advertisment

କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ସେଥିପାଇଁ ସବୁ DEO, BEO ଓ DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ନାମଲେଖା। ତେବେ ଏଥିପାଇଁ ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଗାଇଡଲାଇନ […]

ଅଦ୍ୟତନ ହୋଇଛି
କାଲିଠାରୁ ସରକାରୀ ସ୍କୁଲରେ ନାମଲେଖା

school

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ। ସେଥିପାଇଁ ସବୁ DEO, BEO ଓ DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ଚାଲିବ ନାମଲେଖା। ତେବେ ଏଥିପାଇଁ ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଶିକ୍ଷା ସଂଯୋଗ ଦ୍ୱାରା ହ୍ୱାସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

Advertisment

ମହାମାରୀ କରୋନା ପାଇଁ ଗତ ଶିକ୍ଷାବର୍ଷରୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ତାଲା ପଡ଼ିଛି। ତେବେ କରୋନାର ଭୟଙ୍କର ରୂପ ଦେଖି ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିନା ପରୀକ୍ଷାରେ ଉନ୍ନିତ କରିଥିଲେ। ଏବେ ମଧ୍ୟ ପିଲାମାନେ ଘରେ ଅଛନ୍ତି। ଆଜି ପର୍ଯ୍ୟନ୍ତ ସ୍କୁଲ ଆସୁନାହାନ୍ତି। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ପଇସା, ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଛି। ତେବେ ଚଳିତବର୍ଷ ପିଲାମାନେ ସ୍କୁଲ ଆସିବେ ବୋଲି ଆକଳନ କରାଯାଉଛି। କାରଣ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଆସନ୍ତାକାଲିଠାରୁ ନାମଲେଖା କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି।

Odisha Education Admission Open
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe