ମିଳିମିଶି ଗୃହକୁ ଅଚଳ କଲେ ଶାସକ-ବିରୋଧୀ: ୬ଷ୍ଠ ଦିନ ବି ଚାଲିପାରିଲାନି, ବାଚସ୍ପତି କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନର ଷଷ୍ଠ ଦିନ କ୍ରମାଗତ ପାଇଁ ଅଚଳ ରହିଛି । ଆଜି ଗୃହକୁ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ମିଳିମିଶି ଅଚଳ କରିଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କ୍ଷୁବ୍ଧ ହେବା ସହ ଅସହାୟତା ପ୍ରକଟ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ କ୍ରମାଗତ ୬ଦିନ ବି ଗୃହ ସ୍ୱାଭାବିକ ନହେବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି […]

odisha assembly

odisha assembly

Ranjit Kumar Jena
  • Published: Tuesday, 07 December 2021
  • Updated: 07 December 2021, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଶୀତ ଅଧିବେଶନର ଷଷ୍ଠ ଦିନ କ୍ରମାଗତ ପାଇଁ ଅଚଳ ରହିଛି । ଆଜି ଗୃହକୁ ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ମିଳିମିଶି ଅଚଳ କରିଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କ୍ଷୁବ୍ଧ ହେବା ସହ ଅସହାୟତା ପ୍ରକଟ କରିଛନ୍ତି। ବିଧାନସଭା ଅଧିବେଶନ ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ କ୍ରମାଗତ ୬ଦିନ ବି ଗୃହ ସ୍ୱାଭାବିକ ନହେବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ଶାସକ ଦଳ ସଭ୍ୟମାନେ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ଆସନରେ ଜଳ ଛିଂଚି ଅଭିନବ ଢଙ୍ଗରେ ଗୃହ କାର୍ଯ୍ୟକୁ ଅଚଳ କରାଇଥିଲେ।

ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ସଦସ୍ୟ ଭାବେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡ଼େଇବା ସହ ପୋଷ୍ଟର ଧରି ପ୍ରତିବାଦ କରିଥିଲେ। କଂଗ୍ରେସ ମଧ୍ୟ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଗୃହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲା। ସେପଟେ ଶାସକ ଦଳର ସଦସ୍ୟମାନେ ପବିତ୍ର ଜଳ କହି ବିରୋଧୀ ଦଳ ସଭ୍ୟମାନଙ୍କ ଆସନରେ ଏହାକୁ ଛିଂଚିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଏଭଳି ହଟ୍ଟଗୋଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହରେ ୬ଷ୍ଠ ଦିନ ପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଅବା ଖର୍ଚ୍ଚଦାବି ଆଲୋଚନା କିଛିବି ସମ୍ଭବପର ହୋଇପାରିନି। ଗୃହ ମୁଲତବୀ ହେବାପରେ ଶାସକ ବିଜେଡି ସଦସ୍ୟମାନେ କେନ୍ଦ୍ର ଅବହେଳା ଦର୍ଶାଇ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିବାବେଳେ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଧରି ବିଧାନସଭା ପରିସରକୁ ପରିକ୍ରମା କରିଥିଲେ । ସେହିପରି ବିଜେପି ସଦସ୍ୟମାନେ ଗୃହ ବାହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ରଖି ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି ଉଦୟ ହେବା ପାଇଁ ଘଣ୍ଟନାଦ ସହ ଧାରଣା ଦେଇଥିଲେ ।

ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଭ୍ୟମାନେ ଗୃହ ମଧ୍ୟଭାଗରେ ଘଣ୍ଟନାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ଦଳ ସଭ୍ୟମାନେ ନିଜ ଆସନରେ ବସିଥିଲେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଥିଲେ । ଯାହା ବହୁମତରେ ପାରିତ ହେବାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନଥିବା ନେଇ ବାଚସ୍ପତି ଶ୍ରୀ ପାତ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜର ଅସହାୟତା ପ୍ରକଟ କରଇଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ,ଯଦି ସବୁ ସଦସ୍ୟ ଗୃହ ଚଳାଇବାକୁ ପ୍ରସ୍ତୁତ ନୁହଁନ୍ତି, ସେଠାରେ କ’ଣ କରିହେବ । ଗୃହରେ ବିଶୃଙ୍ଖଳା କଲେ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇପାରିବ । କିନ୍ତୁ ସମସ୍ତ ସଦସ୍ୟ ବିଶୃଙ୍ଖଳା ଆଚରଣ କଲେ କ’ଣ କରିହେବ । କାଲି ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ଆଶା କରାଯାଉଥିଲା । କିନ୍ତୁ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ହୋ-ହାଲ୍ଲା କରିଥିଲେ । ସଦସ୍ୟମାନେ ଘଣ୍ଟ ବାଡ଼େଇବା ସହ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ପାଣି ଛିଂଚିଥିଲେ ବୋଲି ସେ କହିଛନ୍ତି ।

ଶାସକ ଓ ବିରୋଧୀ ଦଳର ଜିଦ୍ ଯୋଗୁ ୬ଦିନ ପରେ ମଧ୍ୟ ଗୃହ ସ୍ୱାଭାବିକ ହୋଇପାରୁନି । ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ବିଧାନସଭା ଅଧିବେଶନ ବସୁଥିଲେ ମଧ୍ୟ ବିଧାୟକମାନେ ସେଥିପ୍ରତି ଯତ୍ନଶୀଳ ହେଉନଥିବା ଦେଖିବାକୁ ମିଳୁଛି । ଗୃହ ଚଳାଇବା ଦାୟିତ୍ୱ ଶାସକ ଦଳର ହୋଇଥିଲେ ମଧ୍ୟ ଗତିରୋଧକୁ ଦୂର ପାଇଁ ସରକାରଙ୍କ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉନଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story