ନବ ହତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ଶତ୍ରୁତା ଓ ଷଡ଼ଯନ୍ତ୍ର ଦିଗର ତଦନ୍ତ କରୁଛି କ୍ରାଇମବ୍ରାଂଚ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ହାଇକୋର୍ଟର ବିଚାରପତିଙ୍କ ତଦାରଖରେ ନିରପେକ୍ଷ ଢଙ୍ଗରେ ହେଉଛି ବୋଲି ବାରମ୍ବାର ଦମ୍ଭୋକ୍ତି ବାଢ଼ୁଥିବା ରାଜ୍ୟ ସରକାର ଶେଷରେ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି ।

odisha assembly PhotoOR

ବିଧାନସଭା

Ordigital Desk
  • Published: Monday, 27 February 2023
  • Updated: 27 February 2023, 10:57 PM IST

Sports

Latest News

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ହାଇକୋର୍ଟର ବିଚାରପତିଙ୍କ ତଦାରଖରେ ନିରପେକ୍ଷ ଢଙ୍ଗରେ ହେଉଛି ବୋଲି ବାରମ୍ବାର ଦମ୍ଭୋକ୍ତି ବାଢ଼ୁଥିବା ରାଜ୍ୟ ସରକାର ଶେଷରେ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି । ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଂଚ ତଦନ୍ତ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟରେ ସୀମିତ ଥିବାବେଳେ ଏବେ ନବଙ୍କ ହତ୍ୟା ମାମଲାରେ ଶତ୍ରୁତା ଓ ଷଡ଼ଯନ୍ତ୍ରର ସମ୍ଭାବ୍ୟ ଦିଗକୁ ମଧ୍ୟ କ୍ରାଇମବ୍ରାଂଚ ନିଜର ତଦନ୍ତ ପରିସରଭୁକ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ବୟାନ ଦେଇଛନ୍ତି ।

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବା ଦିନଠୁ ବିରୋଧୀଙ୍କ ହଟ୍ଟଗୋଳ ଓ ଜିଦ୍ ଯୋଗୁ ଗୃହରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତିକୁ ନେଇ ପ୍ରାୟ ୧୧ମିନିଟ ଧରି ବୟାନ ଦେଇଥିବାବେଳେ ତା’ପରଦିନ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ସମାନ ଢଙ୍ଗରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । କିନ୍ତୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ନିଜର ବୟାନରେ ନବଙ୍କ ହତ୍ୟା ପଛର ରହସ୍ୟକୁ ନେଇ ଚୁପ୍ ରହିଥିଲେ । ନବଙ୍କ ହତ୍ୟା ପଛର କାରଣକୁ ନେଇ କ୍ରାଇମବ୍ରାଂଚ ନିରବ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ବେଶ୍ ମାପିଚୁପି ବୟାନ ଦେଇଥିଲେ । ଏପରିକି ବିରୋଧୀ ଦଳ ଗୁଡ଼ିକ ଦ୍ୱାରା ନବ ଦାସ ହତ୍ୟା ମାମଲାର ତଦନ୍ତରେ କାହିଁକି ରାଜନୀତିକ ଓ ବ୍ୟବସାୟିକ ଶତ୍ରୁତା ଅବା ଷଡ଼ଯନ୍ତ୍ରକୁ ସାମିଲ କରାଯାଉନି ବୋଲି  ବାରମ୍ବାର ଦାବି କରୁଥିଲେ ମଧ୍ୟ ସରକାର ଚୁପ୍ ରହିଥିଲେ । ମାତ୍ର ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରାଇମବ୍ରାଂଚ ତଦନ୍ତର ଅଗ୍ରଗତିକୁ ନେଇ ନିଜର ପୁରୁଣା ବୟାନକୁ ଦୋହରାଇବା ସହ ତା’ର ତଦନ୍ତରେ ଶତ୍ରୁତା ଅବା ଷଡ଼ଯନ୍ତ୍ରର ସମସ୍ତ ସମ୍ଭାବ୍ୟ ଦିଗକୁ ତଦନ୍ତ ପରିସରକୁ ନେଇଛି ବୋଲି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ଏହି ତଦନ୍ତ ପେଷାଦାର ଓ ପାରଦର୍ଶୀ ଢଙ୍ଗରେ କରାଯାଉଛି ବୋଲି ସେ କହିଛନ୍ତି ।

Also Read

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଗୃହରେ କହିଛନ୍ତି ଯେ, ନବ ଦାସ ହତ୍ୟା ମାମଲର ତଦନ୍ତରେ ନିରପେକ୍ଷତା ଓ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧରେ ଓଡ଼ିଶା ହାଇକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାଶଙ୍କୁ ମନୋନୀତ କରିଛନ୍ତି । ନିକଟରେ ସୁପ୍ରିମକୋର୍ଟ ମଧ୍ୟ ଉତ୍ତରପ୍ରଦେଶର ଲଖିମପୁର ଖେରୀ ମାମଲାରେ ତଦନ୍ତର ତଦାରଖ ନିମନ୍ତେ ପଞ୍ଜାବ ଓ ହରିଆଣାର ଅବସରପ୍ରାପ୍ତ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତି ଦେଇଛନ୍ତି । ସୁପ୍ରିମକୋର୍ଟ ଯେଭଳି ଭାବେ ଲଖିମପୁର ଖେରୀ ମାମଲାରେ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାରଙ୍କ ଅନୁରୋଧରେ ହାଇକୋର୍ଟ ଅନୁରୂପ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତର ତଦାରଖ ପାଇଁ ବିଚାରପତି ନିଯୁକ୍ତିଙ୍କୁ ଦେଇଛନ୍ତି । ଏହାବ୍ୟତୀତ ନବ ଦାସ ହତ୍ୟା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିବା ବୟାନକୁ ମଧ୍ୟ ଆଜି ଦୋହରାଇଛନ୍ତି ।

ସୂଚନାଯୋଗ୍ୟ, ଜାନୁୟାର ୨୯ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବା ପରଠୁ ତଦନ୍ତର ଭାର ନେଇଥିବା କ୍ରାଇମବ୍ରାଂଚ ଉପରେ ନବଙ୍କ ରାଜନୀତିକ ଓ ବ୍ୟବସାୟିକ ଦିଗ ଏବଂ ଏହି ହତ୍ୟା ପଛରେ ଷଡ଼ଯନ୍ତ୍ରର ତଦନ୍ତ ପାଇଁ ଚାପ ପଡ଼ୁଥିଲା । ଶେଷରେ ବିରୋଧୀ ଦଳଗୁଡ଼ିକର ଚାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ତଦନ୍ତରେ ଶତ୍ରୁତା ଓ ଷଡ଼ଯନ୍ତ୍ରର ସମସ୍ତ ସମ୍ଭାବ୍ୟ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ନେଇ ସୂଚନା ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story