Advertisment

Odisha Bhavan: `ଦ ଅଶୋକ’ ପାଲଟିଛି ଅୟସ କେନ୍ଦ୍ର, ୧୭ ମାସ ପରେ ବି ତିଆରି ହେଲାନି `ଓଡ଼ିଶା ଭବନ’

ନଗର ଉନ୍ନୟନ ବିଭାଗର ଜଣେ ଅତିରିକ୍ତ ସଚିବ ଗଙ୍ଗାଧର ନାୟକ ସେହିଭଳି ଏକ ଏକଜିକ୍ୟୁଟିଭ୍ ସୁଇଟକୁ ୪ ଦିନ ପାଇଁ ବୁକ୍ କରି ସେଠାରେ ରହିଥିବା ବେଳେ ତାଙ୍କର ଜଣେ ପରିଚିତ ବନ୍ଧୁ ତାଙ୍କ ରୁମରୁ ବାହାରି ଲବିରେ ମଦ ପିଇ ହଙ୍ଗାମା କରିବା ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଚର୍ଚ୍ଚାର ବିଷୟ ହୋଇଛି।

author-image
Hemant Lenka
Hotel

ହୋଟେଲ ଅଶୋକ

ବିପଦ ସଂକୁଳ ହେବା ପରେ ଦିଲ୍ଲୀରେ ଥିବା ଓଡ଼ିଶା(odisha) ସରକାରଙ୍କ ଅତିଥି ନିବାସ- `ଓଡ଼ିଶା ଭବନ’କୁ 2024 ସେପଟେମ୍ବର ମାସରେ ଭାଙ୍ଗିଦିଆଗଲା। ଆଉ ସେଠାକୁ ଯାଉଥିବା ମନ୍ତ୍ରୀ, ନେତା ଓ ଅଫିସରମାନଙ୍କୁ ସାମୟିକ ଭାବେ ପାଖକୁ ଲାଗିଥିବା ଆଇଟିଡିସିର ପଞ୍ଚ-ତାରକା ହୋଟେଲ `ଦ ଅଶୋକ’ରେ ରଖାଗଲା। `ଦ ଅଶୋକ’ର ଏକିଜିକ୍ୟୁଟିଭ୍ ସୁଇଟ୍ (ରୁମ୍) ଦାମ ରାତିକୁ ପ୍ରାୟ 15 ହଜାର ଟଙ୍କାରୁ ଅଧିକ ହୋଇଥିବାବେଳେ ଓଡ଼ିଶା ସରକାର ମାତ୍ର 120 ଟଙ୍କାରେ ସେଠାରେ ଅତିଥିମାନଙ୍କୁ ରଖୁଛନ୍ତି।

Advertisment

ଏବେ ନଗର ଉନ୍ନୟନ ବିଭାଗର ଜଣେ ଅତିରିକ୍ତ ସଚିବ ଗଙ୍ଗାଧର ନାୟକ ସେହିଭଳି ଏକ ଏକଜିକ୍ୟୁଟିଭ୍ ସୁଇଟକୁ 4 ଦିନ ପାଇଁ ବୁକ୍ କରି ସେଠାରେ ରହିଥିବା ବେଳେ ତାଙ୍କର ଜଣେ ପରିଚିତ ବନ୍ଧୁ ତାଙ୍କ ରୁମରୁ ବାହାରି ଲବିରେ ମଦ ପିଇ ହଙ୍ଗାମା କରିବା ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଚର୍ଚ୍ଚାର ବିଷୟ ହୋଇଛି।

କଂଗ୍ରେସର ଯୁବ ନେତା ବିଭୂତି ଭୂଷଣ ମହାପାତ୍ର ଏକ ଟ୍ୱିଟ୍‌ରେ ଅଭିଯୋଗ କରିଥିଲେ: 12 ତାରିଖ (ଗୁରୁବାର) ରାତିରେ ସୁଇଟ୍ ନମ୍ବର-638ରେ ଅଫିସରଜଣକ ରହୁଥିବାବେଳେ ତାଙ୍କର ଜଣେ ବନ୍ଧୁ ନିଶାସକ୍ତ ହୋଇ ଲବିରେ ରାତି 11ଟା 20 ପରେ ଅନ୍ୟ ଅତିଥିଙ୍କୁ ଅସଦାଚରଣ କରିଥିଲେ। ହୋଟେଲ ଅଶୋକ ସରକାରଙ୍କ ରଙ୍ଗଶାଳା ପାଲଟିଯାଇଛି।

Advertisment

ଏ ନେଇ ଅଭିଯୋଗ ଆସିବା ପରେ ଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସିସିଟିଭି ଫୁଟେଜ ଯାଞ୍ଚ୍ କରିଥିବା ଜଣାପଡ଼ିଛି। ଏ ନେଇ ଆମେ ଗଙ୍ଗାଧର ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ। ସେ କହିଥିଲେ- `ଏମିତି ହେବା କଥା ମୁଁ ଦୁଇ ଦିନ ପରେ ଜାଣିଲି। ମୁଁ ରେସିଡେଣ୍ଟ କମିଶନରଙ୍କୁ ଜଣାଇ ଦେଇଛି, ଏହାର ତଦନ୍ତ କରନ୍ତୁ। ରୁମକୁ ସଂପୃକ୍ତ ବ୍ୟକ୍ତି ଆସିନଥିଲେ କି ସେ ମୋର ବନ୍ଧୁ ନୁହନ୍ତି।’

Gangadhar-Nayak-OAS
OAS ଗଙ୍ଗାଧର ନାୟକ

ଅନ୍ୟପଟରେ ଓଡ଼ିଶା ସରକାରଙ୍କର ଦିଲ୍ଲୀରେ ତିନିଟି ଅତିଥି ନିବାସ ଥିବାବେଳେ, `ଓଡ଼ିଶା ଭବନ’କୁ 2024 ସେପଟେମ୍ବରରୁ ଭଙ୍ଗା ଗଲାଣି। ଏହାର ପୁନଃନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅଗଷ୍ଟ 2025ରେ ଭୁବନେଶ୍ବର ଲୋକସେବା ଭବନରେ ସମୀକ୍ଷା କରିଥିଲେ। 45ରୁମ୍ ବିଶିଷ୍ଟ 7-ତାଲା ବିଶିଷ୍ଟ ଏହି କୋଠାର କାମ ଏପର୍ଯ୍ୟନ୍ତ ଆଗେଇ ନାହିଁ। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବିଭୂତି ଭୂଷଣ ମହାପାତ୍ର।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର

odisha