Advertisment

ମୋଦିଙ୍କ ଜନ୍ମଦିନ ପାଳିଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ନେତାମାନେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଉକ୍ରଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ଛେନାପୋଡ଼ କାଟି ଓ ଚକୋଲେଟ ବାଣ୍ଟି ଜନ୍ମଦିନକୁ ପାଳନ କରିଥିଲେ। ଆଜି ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିିତ ଦାସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଥରେ ମାତ୍ର ବ୍ୟବହୃତ ହେଉଥିବା ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ ଓ […]

ମୋଦିଙ୍କ ଜନ୍ମଦିନ ପାଳିଲା ରାଜ୍ୟ ବିଜେପି

modi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ନେତାମାନେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଉକ୍ରଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ସହ ଛେନାପୋଡ଼ କାଟି ଓ ଚକୋଲେଟ ବାଣ୍ଟି ଜନ୍ମଦିନକୁ ପାଳନ କରିଥିଲେ।

Advertisment

ଆଜି ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିିତ ଦାସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଥରେ ମାତ୍ର ବ୍ୟବହୃତ ହେଉଥିବା ବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ଏଥି ସହ ବୃକ୍ଷରୋପଣ , ଟ୍ରାଫିକ ନିୟମ ପାଳନ, ସୌରଶକ୍ତି ବ୍ୟବହାର, ସ୍ୱଚ୍ଛତା, ଗରିବ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ସଂକଳ୍ପ ନିଆଯାଇଥିଲା।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ, ମନୋରଞ୍ଜନ ସ୍ୱାଇଁ, ରଶ୍ମୀ ମହାପାତ୍ରଙ୍କ ସମେତ ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସ୍ୱାଧୀନତା ପରଠୁ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ହିଁ ସର୍ବାଧିକ ଗରିବ ଲାଭାନ୍ୱିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଦେଶ ପାଇଁ ସମର୍ପିତ ଭାବ ଓ କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କର ଜନ୍ମ ସପ୍ତାହକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe