Advertisment

ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି କଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ବିଜେପି ତ୍ୱରାନ୍ୱିତ କରିଛି। ଏହାସହିତ ଦଳର କେଉଁସ୍ତରରେ କେବେ ସାଂଗଠନିକ ନିର୍ବାଚନ ହେବ ସେ ନେଇ କାର୍ଯ୍ୟସୂଚୀ ଜାରି କରିବା ସହ ଡିସେମ୍ବରରେ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ହେବ ବୋଲି ସୂଚନା ଦେଇଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା ଏହି କର୍ମଶାଳାରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ […]

ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି କଲା ରାଜ୍ୟ ବିଜେପି

bjp1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ବିଜେପି ତ୍ୱରାନ୍ୱିତ କରିଛି। ଏହାସହିତ ଦଳର କେଉଁସ୍ତରରେ କେବେ ସାଂଗଠନିକ ନିର୍ବାଚନ ହେବ ସେ ନେଇ କାର୍ଯ୍ୟସୂଚୀ ଜାରି କରିବା ସହ ଡିସେମ୍ବରରେ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ହେବ ବୋଲି ସୂଚନା ଦେଇଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ କର୍ମଶାଳା ଓ ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିା ଏହି କର୍ମଶାଳାରେ ବିଜେପି ସାଙ୍ଗଠନିକ ନିର୍ବାଚନ ପରିଚାଳନା ଏବଂ ସଦସ୍ୟତା ସମୀକ୍ଷା ସଂର୍ପକରେ ଆଲୋଚନା କରାଯାଇଥିଲ।। ସେପ୍ଟେମ୍ବର ୧୫ରୁ ୨୨ ତାରିଖ ମଧ୍ୟରେ ସମସ୍ତ ବୁଥସ୍ତରରେ ନିର୍ବାଚନ , ଅକ୍ଟୋବର ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ମଣ୍ଡଳସ୍ତରୀୟ ନିର୍ବାଚନ, ନଭେମ୍ବରରେ ଜିଲ୍ଲାସ୍ତରୀୟ ଓ ଡିସେମ୍ବରରେ ରାଜ୍ୟସ୍ତରୀୟ ନିର୍ବାଚନ ନିମନ୍ତେ ନିଷ୍ପତ୍ତି ହୋଇଛି ।
ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସହ ନିର୍ବାଚନ ଅଧିକାରୀ ତଥା ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ବିଜେପିର ୧୬ କୋଟି ସଦସ୍ୟ ଥିବାବେଳେ ଓଡ଼ିଶାରେ ୫୦ ଲକ୍ଷରୁ ଉଦ୍ଧ୍ୱର୍ ସଦସ୍ୟ ଅଛନ୍ତି। ଆଜିଠାରୁ ପୁଣି ଥରେ ସଦସ୍ୟତା ଅଭିଯାନ ଚାଲୁ ରହିବା ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଏଭଳି ସାଂଗଠନିକ ନିର୍ବାଚନ କର୍ମଶାଳା ଆୟୋଜନ ହେବ। ଯେଉଁଥିରେ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରର କାର୍ଯ୍ୟକର୍ତା ଯୋଗଦେବୋ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ଥିବା ୩୭ ହଜାର ବୁଥରେ ‘ନିର୍ବାଚିତ କମିଟି’ ଗଣତାନ୍ତ୍ରିକ ପ୍ରକ୍ରିୟାରେ କରାଯିବ। ଦକ୍ଷ କର୍ମକର୍ତ୍ତର୍ମାନଙ୍କୁ ଦଳର ବିଭିନ୍ନ ସ୍ତରର ସଭାପତି କରାଯିବ।
publive-imageଆଜିର ଏହି କର୍ମଶାଳା ଓ ବୈଠକରେ କେନ୍ଦ୍ରୀୟ ସହ ନିର୍ବାଚନ ଅଧିକାରୀ ତଥା ସାଂସଦ ବିନୋଦ ସୋନକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ସୁରେଶ ପୂଜାରୀ, ବରଷ୍ଠ ନେତା ବିଜୟ ମହାପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ, ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ପୂର୍ବତନ ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe