Advertisment

ପରୀକୁ ନ୍ୟାୟ ଦାବିରେ ଆନ୍ଦୋଳନ ନିଆଁରେ ଘିଅ ଢାଳିଲେ ପୁରନ୍ଦେଶ୍ୱରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପରୀକୁ ନ୍ୟାୟ ଦାବିରେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ବିଜେପିର ନୂଆ ପ୍ରଭାରୀ। ପରୀ ପାଇଁ ବାହାରିଲେ ପୁରନ୍ଦେଶ୍ୱରୀ । ପ୍ରଭାରୀ ଭାର ସମ୍ଭାଳିବା ପରେ ପ୍ରଥମ ଥର ଓଡ଼ିଶା ଆସି ସେ ବର୍ଷିଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବି ଦାବି କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି।  କହିଛନ୍ତି ଯେଉଁ ସରକାର କୁନି ଝିଅଟି ପରୀକୁ ନ୍ୟାୟ ଦେଇପାରୁନି, ସେହି ସରକାର ରାଜ୍ୟକୁ କେମିତି ସୁରକ୍ଷା ଦେବେ ଗତକାଲି ଓଡ଼ିଶା ଆସି […]

ପରୀକୁ ନ୍ୟାୟ ଦାବିରେ ଆନ୍ଦୋଳନ ନିଆଁରେ ଘିଅ ଢାଳିଲେ ପୁରନ୍ଦେଶ୍ୱରୀ

690

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପରୀକୁ ନ୍ୟାୟ ଦାବିରେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ବିଜେପିର ନୂଆ ପ୍ରଭାରୀ। ପରୀ ପାଇଁ ବାହାରିଲେ ପୁରନ୍ଦେଶ୍ୱରୀ । ପ୍ରଭାରୀ ଭାର ସମ୍ଭାଳିବା ପରେ ପ୍ରଥମ ଥର ଓଡ଼ିଶା ଆସି ସେ ବର୍ଷିଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ବି ଦାବି କରିଛନ୍ତି।

Advertisment

ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି।  କହିଛନ୍ତି ଯେଉଁ ସରକାର କୁନି ଝିଅଟି ପରୀକୁ ନ୍ୟାୟ ଦେଇପାରୁନି, ସେହି ସରକାର ରାଜ୍ୟକୁ କେମିତି ସୁରକ୍ଷା ଦେବେ ଗତକାଲି ଓଡ଼ିଶା ଆସି ଆଜି ସିଧାସଳଖ ପରୀର ଗାଁ ଯଦୁପୁରକୁ ସେ ଯାଇଥିଲେ। ସେଠାରେ ପରିବାର ଲୋକଙ୍କୁ ଭେଟିଥିଲେ।

ସମବେଦନା ସହ ଆଶ୍ୱାସନା ଦେଇଥିଲେ । ତାସହ ୫ ମାସ ବିତିବାକୁ ବସିଥିଲେ ବି ଏଯାଏଁ ହତ୍ୟାକାରୀଙ୍କୁ ଧରିବାରେ ବିଫଳତା ଦର୍ଶାଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଏହା କେବଳ ହତ୍ୟା ନୁହେଁ, ଏଥିରେ ଅଙ୍ଗ ତସ୍କରୀ ରାକେଟ୍ ବି କାମ କରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନ୍ୟାୟିକ କ୍ଷମତା ନଥିବା SIT ଗଠନରେ ତ୍ରୁଟି ଥିବା ଦର୍ଶାଇ ସିବିଆଇ ତଦନ୍ତ ଦାବି କରିଥିଲେ ପୁରନ୍ଦେଶ୍ୱରୀ । ତେବେ ପୁରନ୍ଦେଶ୍ୱରୀଙ୍କ ଅଭିଯୋଗ ଉପରେ ବିଜେଡି କିମ୍ବା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe