ଭାତଥାଳିରୁ ଭୋଟ୍‌: ବିଜେପିର ପ୍ଲାନ୍‌, ଗାଁକୁ ଯିବେ ଗାଁ ଲୋକଙ୍କ ସହ ଖାଇବେ

Ordigital Desk
  • Published: Monday, 05 June 2017
  • , Updated: 05 June 2017, 08:57 PM IST
<p>ଭୁବନେଶ୍ୱର: ମିଶନ ୨୦୧୯ ପାଇଁ ରାଜ୍ୟରେ ବିଜେପି ଆପଣାଇବ ୟୁପି ଫଣ୍ଡା। ରଣନୀତି ଅନୁସାରେ ସଂଗଠନ ସଜାଡିବା ପାଇଁ ଏବେ ବୁଥ୍&zwnj;ମୁହାଁ ହୋଇଛନ୍ତି ନେତା। ଦଳର ହେଭିୱେଟ୍ ନେତାମାନେ ଗାଁରେ ପହଁଞ୍ଚି ସାଧାରଣ ଲୋକଙ୍କ ନିତିଦିନିଆ ଖାଦ୍ୟ ଖାଉଛନ୍ତି। ଏହିକ୍ରମରେ ବ୍ରହ୍ମପୁରରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଖାଇବେ ଓଡିଶାର ପାରମ୍ପରିକ ଖାଦ୍ୟ। ୟୁପି ଟେକ୍&zwnj;ନିକର ଅଂଶ ସ୍ୱରୂପ ମାରାଥନ କାର୍ଯ୍ୟକ୍ରମ କରି ସଂଗଠନ ସକ୍ରିୟ କରିବା ପାଇଁ ରୋଡମ୍ୟାପ କରିଛି ବିଜେପି।</p> <p>ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରାସ୍ତାରେ ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ। ଆଜି ଗରିବ ଆଦିବାସୀଙ୍କ କୁଡିଆରେ ପହଁଞ୍ଚି ଖାଉଛନ୍ତି ପଖାଳଭାତ ଓ ଶାଗଭଜା। &ldquo;ମୋ&rsquo; ବୁଥ୍&zwnj; ସବୁଠୁ ମଜବୁତ&rdquo; କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏବେ ନେତାମାନେ ଏହି ଟେକନିକକୁ&nbsp; ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ନେତା ଓ ସାଂସଦ ସମସ୍ତେ ୟୁପି ବିଜୟର ଷ୍ଟାଇଲକୁ ଆପଣାଇ ବୁଥମୁହାଁ ହୋଇଛନ୍ତି। ଯୋଜନା ଅନୁସାରେ ଗୋଟିଏ ମାସ ଭିତରେ ରାଜ୍ୟର ୩୬,୦୦୦ ବୁଥରେ ପହଞ୍ଚିବେ ୨୦,୦୦୦ କାର୍ଯ୍ୟକର୍ତ୍ତା। ୨୨ରେ ଯାଜପୁର, ୨୩ରେ ବ୍ରହ୍ମପୁର ଓ ୨୪ରେ ଭୁବନେଶ୍ୱର ଗୋଟିଏ ଲେଖାଁଏ ବୁଥକୁ ଯିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସାଧାରଣ ଲୋକଙ୍କ ଘରେ ଅମିତ ମଧ୍ୟ ଖାଇବେ ଶାକାହାରୀ ଓଡିଆ ଖାଦ୍ୟ।</p> <p>[vc_video link=&quot;&quot; align=&quot;center&quot;]</p> <p>ବୁଥକୁ ଯିବାର ଫଣ୍ଡା ସହ କେନ୍ଦ୍ର ସରକାରଙ୍କ ତିନି ବର୍ଷର ଯୋଜନା ସଂପର୍କରେ ଲୋକଙ୍କୁ&nbsp; ଜଣାଇବା ପାଇଁ ଦଳ କରିଛି ବ୍ୟାପକ ଆୟୋଜନ। ୪୬ଟି ସ୍ଥାନରେ ହେଉଛି &ldquo;ସବକାସାଥ୍ ସବକା ବିକାଶ&rdquo; କାର୍ଯ୍ୟକ୍ରମରେ ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରର ସାଲିଆ ସାହିରେ ସାଧାରଣ ସଭାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଭେଙ୍କିୟା ନାଇଡୁ। କଟକରେ ବୁଦ୍ଧିଜୀବୀଙ୍କୁ ଭେଟିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ୧୫ରେ ବରଗଡରେ ସଭା କରିବେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ମହେଶ ଶର୍ମା, ରାମକ୍ରିପାଲ ଯାଦବ, ଭି. କେ ସିଂ, ଭିଷ୍ଣୁ ଦେବ ସାଏ, ବାବୁଲ ସୁପ୍ରିୟୋଙ୍କ ସମେତ ୫ ଜଣ ସାଂସଦ ଓ ଛତିଶଗଡ ସରକାରଙ୍କ ୬ ମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାରେ ସାଧାରଣ ସଭା କରିବେ। ଏସବୁ ବାଦ ସବୁ ଜିଲ୍ଲାରେ ମୋଦି&nbsp; ଫେଷ୍ଟର ଆୟୋଜନ କରି ଲୋକଙ୍କ ପାଖରେ କେନ୍ଦ୍ରର ଗରିବ କଲ୍ୟାଣ ଯୋଜନା ପହଁଞ୍ଚାଇବା ପାଇଁ ବି ହୋଇଛି ବ୍ୟାପକ ଆୟୋଜନ। ବିଜେଡି କହିଛି ବିଜେପିର ଏ&nbsp; ପ୍ରଚାର ଧର୍ମୀ କାର୍ଯ୍ୟକ୍ରମ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।</p>

Related story