Advertisment

ରାଜ୍ୟ ବିଜେପି ସଭାପତିଙ୍କ ନୂଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ଗୁରୁଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନୂଆ ଟିମ୍ ଗଠନ କରିଛନ୍ତି। ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ସମୀର ଏହି ଟିମ୍ ଘୋଷଣା କରିଛନ୍ତି। ଟିମରେ ୧୦ଜଣ ଉପସଭାପତି ଓ ୪ଜଣ ସାଧାରଣ ସମ୍ପାଦକକୁ ରଖିଛନ୍ତି। ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, […]

ରାଜ୍ୟ ବିଜେପି ସଭାପତିଙ୍କ ନୂଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ଗୁରୁଦାୟିତ୍ୱ

samir

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନୂଆ ଟିମ୍ ଗଠନ କରିଛନ୍ତି। ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ସମୀର ଏହି ଟିମ୍ ଘୋଷଣା କରିଛନ୍ତି। ଟିମରେ ୧୦ଜଣ ଉପସଭାପତି ଓ ୪ଜଣ ସାଧାରଣ ସମ୍ପାଦକକୁ ରଖିଛନ୍ତି।

Advertisment

ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ, ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସପାତ୍ର, ଅନୀତା ପଟ୍ଟନାୟକଙ୍କୁ ଉପସଭାପତି ପଦ ମିଳିଛି। ସେହିପରି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତି ପରିଡ଼ା ଉପସଭାପତି ହୋଇଛନ୍ତି।

ପୃଥ୍ୱୀରାଜ ହରିଚନ୍ଦନ ପୂର୍ବଭଳି ସାଧାରଣ ସମ୍ପାଦକ ପଦରେ ରହିଛନ୍ତି। ତେବେ ରାଜ୍ୟ ବିଜେପିର ମୁଖପାତ୍ର ଥିବା ଗୋଲକ ମହାପାତ୍ର ସାଧାରଣ ସମ୍ପାଦକ ପଦବୀ ପାଇଛନ୍ତି। ଅନ୍ୟପକ୍ଷରେ ଲେଖାଶ୍ରୀ ସାମନ୍ତସିଂହାର ସମ୍ପାଦିକାରୁ ସାଧାରଣ ସମ୍ପାଦିକା ହୋଇଛନ୍ତି। ପିଙ୍କି ପ୍ରଧାନ ନୂତନ ଭାବେ ସମ୍ପାଦିକା ଦାୟିତ୍ୱ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe