bjp
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଉପରେ ଭରସା ପାଉନି। ତେଣୁ ନୟାଗଡ଼ ‘ପରୀ’ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ଦିଆଯାଉ। ଆଜି କ୍ରାଇବ୍ରାଞ୍ଚ ଉପରେ ଏପରି ଆରୋପ ଲଗାଇ ‘ପରୀ’ ହତ୍ୟା ମାମଲାରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଆସନ୍ତାକାଲିଠାରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟସାରା ଆନ୍ଦୋଳନ କରାଯିବ ବୋଲି ସେ ଚେତାନବନୀ ଦେଇଛନ୍ତି।
ସେ କହିଛନ୍ତି-“ପୂର୍ବରୁ ଇତିଶ୍ରୀ, ବେବିନାଠାରୁ ଆରମ୍ଭ କରି କୋଟପାଡ଼ ମାମଲା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ମାତ୍ର ଆଜି ପର୍ଯ୍ୟନ୍ତ ସତ୍ୟାତ୍ୟ ପଦାକୁ ଆଣି ପାରିନି। ପୀଡ଼ିତା ବା ମୃତକଙ୍କ ପରିବାର ଲୋକେ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି। ସେମାନେ ଏବେ ମଧ୍ୟ ଥାନା ଓ କୋର୍ଟ କଚେରୀରେ ଚକ୍କର କାଟୁଛନ୍ତି। ନାବାଳିକା ‘ପରୀ’ ହତ୍ୟା ମାମଲାକୁ ଆମେ ସେମିତି କରିବାକୁ ଦେବୁ ନାହୁଁ। ଆମେ ଚାହୁଛୁ ‘ପରୀ’ ହତ୍ୟା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ନକରୁ। ରାଜ୍ୟ ସରକାର ଯଦି ନିଜର ସ୍ୱଚ୍ଛତା ପ୍ରମାଣିତ କରିବାକୁ ଚାହୁଁଛନ୍ତି, ତାହାହେଲେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ। ଆଉ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରାନ୍ତୁ। ଏହାଛଡ଼ା ଅରୁଣଙ୍କ ସାଥୀ ବାବୁଲି ନାୟକଙ୍କୁ ଗିରଫ କରାଯାଉ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/bjp-4.jpg)