ଚିନ୍ତାରେ ବିଜେପି, ମିଳୁନାହାନ୍ତି ଭଲ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟ ବିଜେପି ଏବେ ଚିନ୍ତାରେ। ଦଳକୁ ବିଜୟ ସମ୍ଭାବନା ଥିବା ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁନାହାନ୍ତି।୨୧ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଦାବିଦାର ଥିବା ନେତାଙ୍କ ଲୋକପ୍ରିୟତାକୁ ଆକଳନ କରିଥିବା ବିଜେପି ଏବେ ନୂଆ ରଣନୀତି ଆପଣାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ରାଜ୍ୟରେ ୨୧ଟି ଲୋକସଭା ଆସନରେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଆକଳନ କରିବା ନିମନ୍ତେ […]

1

1

Amaresh Biswal
  • Published: Monday, 17 September 2018
  • Updated: 17 September 2018, 03:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟ ବିଜେପି ଏବେ ଚିନ୍ତାରେ। ଦଳକୁ ବିଜୟ ସମ୍ଭାବନା ଥିବା ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁନାହାନ୍ତି।୨୧ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଦାବିଦାର ଥିବା ନେତାଙ୍କ ଲୋକପ୍ରିୟତାକୁ ଆକଳନ କରିଥିବା ବିଜେପି ଏବେ ନୂଆ ରଣନୀତି ଆପଣାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟରେ ୨୧ଟି ଲୋକସଭା ଆସନରେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଆକଳନ କରିବା ନିମନ୍ତେ ଦଳ ପକ୍ଷରୁ ଏକ ଘରୋଇ ସଂସ୍ଥା ମାଧ୍ୟମରେ ସର୍ଭେ କାର୍ଯ୍ୟକ୍ରମ ହୋଇଥିଲା। ପ୍ରାର୍ଥୀ ଦାବିବାର ଦୌଡ଼ରେ ଥିବା ନେତାଙ୍କ ଲୋକପ୍ରିୟତାକୁ ଏହି ସର୍ଭେ ସଂସ୍ଥା ଆକଳନ କରି ରିପୋର୍ଟ ଦେବାପରେ ବିଜେପି ନେତୃତ୍ୱ ଚିନ୍ତାରେ ପଡ଼ିଯାଇଛନ୍ତି।

ରିପୋର୍ଟ ନିରୁତ୍ସାହଜନକ ହୋଇଥିବାରୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନିଜର ରଣନୀତିରେ ପରିବର୍ତ୍ତନ କରିବ ବୋଲି ସୂଚନା ମିଳିଛି। ନିର୍ବାଚନ ଜିଣିବା ପାଇଁ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ରାଜନୀତି ବାହାରେ ଥିବା ପ୍ରମୁଖ ଲୋକପ୍ରିୟ ବ୍ୟକ୍ତିଙ୍କୁ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସଫଳତା ପାଇଁ ସମାଜରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଲୋକସଭାରେ ପ୍ରାର୍ଥୀ କରିବାକୁ ଦଳ ଅଗ୍ରାଧିକାର ଦେବ ବୋଲି ସୂଚନା ମିଳିଛି।

ବିଶେଷକରି ବିଜେପିରେ ସାମିଲ ହୋଇଥିବା ପ୍ରତିଷ୍ଠିତ ଓକିଲ ଓ ଫିଲ୍ମ ତାରକାଙ୍କ ସମେତ ଅନ୍ୟ ବର୍ଗର ଖ୍ୟାତିସମ୍ପନ୍ନ ଲୋକଙ୍କୁ ପ୍ରାର୍ଥୀ କରି ଦଳ ସ୍ୱଚ୍ଛ ଓ ଭାବମୂର୍ତ୍ତିର କାର୍ଡ ଖେଳିବାକୁ ଚାହୁଁଛି।ଏଭଳି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ଦଳ ଯୁବ ଓ ମହିଳାଙ୍କ ଭୋଟକୁ ମଧ୍ୟ ନିଜ ଆଡ଼କୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ବାରମ୍ବାର ତାଗିଦ୍ ସତ୍ୱେ ଏପର୍ଯ୍ୟନ୍ତ ରାଜ୍ୟରେ ଏପର୍ଯ୍ୟନ୍ତ ସମସ୍ତ ବୁଥ୍ କମିଟି ଗଠନ ହୋଇପାରି ନାହିଁ।ଏବେ ବି ଆହୁରି ୧୦ହଜାର ବୁଥ୍ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି।

ବିଜେପିର ଆଗଧାଡ଼ିର କର୍ମୀମାନଙ୍କୁ ନିଜ ନିଜ ବୁଥରେ ୨୦ଟି ପରିବାର ସହ ଯୋଡ଼ି ହୋଇ ସେମାନଙ୍କ ପାଖରେ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକ୍ରମର ସୁଫଳର ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଅଧିକାଂଶ ଅଂଚଳରେ ଏହି ବୁଥସ୍ତରୀୟ କର୍ମକର୍ତାମାନେ ଆଶାନୁରୂପ କାର୍ଯ୍ୟ କରୁନାହାନ୍ତି। ୧୨ରୁ ୧୫ହଜାର ବୁଥକୁ ଛାଡ଼ିଦେଲେ ବାକି ସବୁଠି ସାଂଗଠନିକ କାର୍ଯ୍ୟ ଉତ୍ସାହଜନକ ହୋଇ ନାହିଁ।

ତେଣୁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡ଼ା ଓ ତାଳଚେରରେ୨ଟି ପ୍ରସ୍ତାବିତ ସାଧାରଣ ସଭା ଏବଂ ପୁରୀରେ ୨୩ରୁ ଆରମ୍ଭ ହେଉଥିବା ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମାବେଶରେ ଦଳର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ଉପସ୍ଥିତି ମାଧ୍ୟମରେ ଦଳ ନିଜର କର୍ମୀଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ମାତ୍ର ନିର୍ବାଚନ ପାଇଁ ନେତା ସଙ୍କଟକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସଂଗଠନ ପକ୍ଷରୁ ଖୁବଶୀଘ୍ର ସୁବିସ୍ତୃତ ତଥ୍ୟ ସହ ଏକ ରିପୋର୍ଟ ଜାତୀୟ ନେତୃତ୍ୱଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story