ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍ରେ ଅନେକ ସୁନେଲୀ ସ୍ୱପ୍ନ ଦେଖାଇଛି। ତେବେ ଏଥିପାଇଁ ଏତେ ଅର୍ଥ ଆସିବ କେଉଁଠୁ?
ବଜେଟରେ ଆୟ ବ୍ୟୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି,
ଆୟ-
- ରାଜ୍ୟ ଟିକସ ୫୩ ହଜାର କୋଟି, ଅଣ ଟିକସ ୫୨୫୦୦ କୋଟି
- ଅଂଶଧନ ଟିକସ ୪୬୨୫୧ କୋଟି, କେନ୍ଦ୍ର ଅନୁଦାନ ୩୨୭୪୮ କୋଟି
- ବିଭିନ୍ନ କ୍ଷେତ୍ରରୁ ଋଣ ଆଦାୟ ୮୭୦ କୋଟି ଟଙ୍କା
- ବିଭିନ୍ନ କ୍ଷେତ୍ରରୁ ଋଣ କରାଯିବ ୩୩ ହଜାର ୬୩୦ କୋଟି
- ଭବିଷ୍ୟନିଧି ଓ ଅନ୍ୟ ପାଣ୍ଠିରୁ ମିଳିବ ୧୧ ହଜାର କୋଟି
ବ୍ୟୟ-
- ଦରମା, ପେନସନ ଓ ଅନ୍ୟାନ୍ୟ ରାଜସ୍ୱ ଖର୍ଚ୍ଚ- ୧, ୩୯, ୫୨୦ କୋଟି
- ପୁଞ୍ଜି ବ୍ୟୟ- ୫୧, ୬୮୨ କୋଟି, ଋଣ ପାଇଁ ସୁଧ ୭୨୪୦ କୋଟି
- ଋଣ ରିପେମେଣ୍ଟ ୧୮୭୮୬ କୋଟି, ପ୍ରଶାସନିକ ଋଣ ବଣ୍ଟନ ୧୭୭୦ କୋଟି
- ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ
- ଚଳିତ ବର୍ଷ ଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫% ଅଧିକ