/odisha-reporter/media/media_files/2026/02/20/cm-2026-02-20-17-27-42.jpg)
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଚୁମ୍ବକରେ ଜାଣନ୍ତୁ, ସେ କ’ଣ ସବୁ କହିଛନ୍ତି-
* ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ
* ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
* ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି
* ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା
* ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି
* ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି
* ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ
* ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା
* ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି
* ୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି
* ସିଏମ୍ ସ୍ମାର୍ଟ ସିଟି ମିଶନ ପାଇଁ ୧୦୦ କୋଟି ଟଙ୍କା
* ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି
* ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା
* ରାଜ୍ୟ AI ମିଶନ ପାଇଁ ୨୩ କୋଟି
* ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି
* ଡାଲଖାଇ ପାଇଁ ବ୍ୟୟ ଅଟକଳ ୨୨୦ କୋଟି
* ଫିଟ୍ ଓଡ଼ିଶା ମିଶନ ପାଇଁ ୧୦ କୋଟି
* ଘରୋଇ ଉତ୍ପାଦ GSDP ୧୧ ଲକ୍ଷ ୭ କୋଟି ଆକଳନ
* ୧୨% ନାମମାତ୍ର ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି
* ଭୁବନେଶ୍ବରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ଘୋଷଣା
* ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ
* ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ ହେବ
* ବିଶ୍ବମାନର ନୂଆ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର
* ବଜେଟରେ 'ଚିଲିକା ପୁନରୁଦ୍ଧାର' ଯୋଜନା ଘୋଷଣା
* ଭୂ-ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଯୋଜନା
* ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି
* ମହାନଦୀ ତଟବର୍ତ୍ତୀ ସୁରକ୍ଷା ଓ ପର୍ଯ୍ୟଟନ ପାଇଁ ୮୦ କୋଟି
* ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ ୧୦୦ କୋଟି
* ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟି
* ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି
* ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି
* ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି
* ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ପାଇଁ ୧୦୦ କୋଟି
* ୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ
* ୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ
* ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା
* ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ
* ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ
* ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ
* ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା
* ୧ କୋଟିରୁ ଊର୍ଦ୍ଧ୍ବ ମହିଳା ଉପକୃତ ହେବେ
* ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା
*ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ପାଇଁ ୧୩୩୩ କୋଟି
*ମିଶନ ଶକ୍ତି ବିଭାଗ ପାଇଁ ଆବଣ୍ଟନ ୨୮୦୪ କୋଟି ଟଙ୍କାକୁ ବୃଦ୍ଧି
*ଲିଙ୍ଗଗତ ସମାନତା ଯୋଜନା ପାଇଁ ୧୮ ହଜାର ୯୫୭ କୋଟି
*ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି
*ଅସଂପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରକୁ ସମୟ ଭତ୍ତିରେ ସଂପୂର୍ଣ୍ଣ କରାଯିବ
*କ୍ରେଚ୍ ସୁବିଧା ବିନା ନିର୍ମାଣ ପାଇଁ ବ୍ୟୟବରାଦ ୧୫ ଲକ୍ଷ
*କ୍ରେଚ୍ ସୁବିଧା ଥିବା ଅଙ୍ଗନବାଡି ନିର୍ମାଣ ପାଇଁ ୨୦ ଲକ୍ଷ
*୨୩ଟି ଜିଲ୍ଲା ମୁଖ୍ୟାଳୟରେ ନିର୍ମାଣ ହେବ ସମନ୍ବିତ ବାତ୍ସଲ୍ୟ ସଦନ
*ପିଲାଙ୍କ ସୁରକ୍ଷାକୁ ମଜବୁତ କରିବା ପାଇଁ ଯୋଜନା
*ଶିଶୁ ଗୃହ, ଶିଶୁ କଲ୍ୟାଣ କମିଟି ପାଇଁ ୬୨ କୋଟି ବ୍ୟୟବରାଦ
*ଆଉ ୬ ଲକ୍ଷ ପାଇବେ ମଧୁବାବୁ ପେନସନ୍
*ଆଉ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲିବ
*ପାରାଦୀପ ଓ ବଲାଙ୍ଗିରରେ ଖୋଲିବ ସରକାରୀ ଇଞ୍ଜନିୟରିଂ କଲେଜ
*ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ
*ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି
*କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା
*ସ୍ବାସ୍ଥ୍ୟ ପାଇଁ ବ୍ୟୟ ମୋଟ୍ ବଜେଟର ୭.୫%
*ମେଡିକାଲ କଲେଜଜିଲ୍ଲା ମୁଖ୍ୟାଳୟରେ ୫ ହଜାର ବେଡ୍ ବୃଦ୍ଧି
*SCBରେ ୧୮୦୦ ଶଯ୍ୟାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା
*ଆୟୁଷ୍ମାନ ଭାରତଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୨୭୯ କୋଟି
*ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧୯୫୮ କୋଟି
*ନିରାମୟ ପାଇଁ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି
*ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା
*ସ୍ବାସ୍ଥ୍ୟ ସହାୟ ଯୋଜନା ପାଇଁ ୧୮୩ କୋଟି ଟଙ୍କା
*ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୫୦୦୮ କୋଟି
*କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି
*ବ୍ରହ୍ମପୁର ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି
*୫ ନୂଆ ମେଡିକାଲ କଲେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
*ଗଜପତି,ମାଲକାନଗିରି,ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ
*ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ
*୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ପ୍ରସ୍ତାବ
*ବଜେଟରେ ୫ ନୂଆ ବର୍ଣ୍ଣ ୟୁନିଟ୍ ଘୋଷଣା
*ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ହେବ ବର୍ଣ୍ଣ ୟୁନିଟ୍
*୫ ନୂଆ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ବ୍ୟୟବରାଦ
*ଆଗାମୀ ୨ ବର୍ଷରେ ଡାକ୍ତରୀ ପିଜି ସିଟ୍ ୫୦୦ ବୃଦ୍ଧି ପ୍ରସ୍ତାବ
*ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ ୩୧୧ କୋଟି
*ଭୁବନେଶ୍ବର ଗୋଠପାଟଣାରେ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କମ୍ପଲେକ୍ସ
*ବ୍ଲକସ୍ତରୀୟ ଷ୍ଟାଡିୟମକୁ ସଂପୂର୍ଣ୍ଣ ଓ କାର୍ଯ୍ୟକ୍ଷମ ପାଇଁ ୪୧୨୪ କୋଟି
*MSME, ଶିଳ୍ପ ପାଇଁ ୧୯୭୦ କୋଟିର ବ୍ୟୟବରାଦ
*୨୦୨୩-୨୪ ବର୍ଷର ବ୍ୟୟବରାଦ ଠାରୁ ୧.୫ ଗୁଣା ଅଧିକ
*ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ WODC ପାଇଁ ୫୦୦ କୋଟି
*SODC ଓ NODC ପାଇଁ ୫୦୦ କୋଟି ଘୋଷଣା
*KBK ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି
*MLALAD ଯୋଜନା ଅଧିନରେ ୭୩୫ କୋଟି ବ୍ୟୟବରାଦ
*ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ୧୪୨ କୋଟି
*ପିପିଲି ଚାନ୍ଦୁଆ ବଜାର ନିର୍ମାଣ ପାଇଁ ନିଷ୍ପତ୍ତି
*ପିପିଲି ଟୋଲ୍ ପ୍ଲାଜା ନିକଟରେ ନିର୍ମାଣ ହେବ
*ପୁରୁଣା ହସ୍ତଶିଳ୍ପକୁ ବିକଶିତ କରିବ ପିପିଲି ଚାନ୍ଦୁଆ ବଜାର
*କାଠଯୋଡ଼ି ଓ ମହାନଦୀ ଉପରେ ବଡ଼ ସେତୁ ଘୋଷଣା
*କାଠଯୋଡ଼ି ନଦୀ ଉପରେ ସୁବାସ ବୋଷ ସେତୁ ବାଦ୍ ୨ୟ ସେତୁ
*ନରସିଂହପୁର ଓ ବାଲିପୁଟ ମଧ୍ୟରେ ମହାନଦୀରେ HL ସେତୁ
*ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତି କରାଯିବ
*କେନ୍ଦୁଝର ବାଇପାସ୍ ରୋଡ୍ ନିର୍ମାଣ କରାଯିବ
*MCL ଛକରୁ ବୈଜାମୁଣ୍ଡା ପର୍ଯ୍ୟନ୍ତ ବୁର୍ଲା ରିଂ ରୋଡ୍ ହେବ
*ଫୁଲନଖରା-ନିଆଳି-ମାଧବ ରାସ୍ତାର ଉନ୍ନତିକରଣ ହେବ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
