୨.୧୯ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ମଞ୍ଜୁରୀ: ଫୋକସରେ ଚାଷୀ,ମହିଳା ଓ ଗ୍ରାମ୍ୟ ଭିତ୍ତିଭୂମି

ଏହାସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୯୬ଲକ୍ଷ କୋଟି ଟଙ୍କାର ସଂଶୋଧିତ ବଜେଟକୁ ମଧ୍ୟ ଅନୁମୋଦନ ମିଳିଛି ।

Loka Seva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Monday, 13 February 2023
  • Updated: 13 February 2023, 10:08 PM IST

Sports

Latest News

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨.୧୯ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ମଞ୍ଜୁର କରିଛନ୍ତି । ଏହାସହିତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧.୯୬ଲକ୍ଷ କୋଟି ଟଙ୍କାର ସଂଶୋଧିତ ବଜେଟକୁ ମଧ୍ୟ ଅନୁମୋଦନ ମିଳିଛି । ନିର୍ବାଚନୀ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଚାଷୀ ଓ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ଆଜୀବିକା ପ୍ୟାକେଜ୍ ସହ ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମ୍ୟ ଭିତ୍ତିଭୂମି, ପାନୀୟ ଜଳ ଓ ଜଳସେଚନ, ସହରାଂଚଳ ମୌଳିକ ଭିତ୍ତିଭୂମି ବିକାଶ ଆଦି ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ଚିଠା ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି । ଏହି ଉଭୟ ପ୍ରସ୍ତାବ ଆଗାମୀ ବିଧାନସଭାର ବଜେଟ୍ ଅଧିବେଶନରେ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ପ୍ରାୟ ୨.୧୯ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚିଠା ବଜେଟ ଆକଳନ କରିଛନ୍ତି । ସେଥିରେ ଚାଷୀ ଓ ମହିଳାଙ୍କ ଆର୍ଥିକ ବିକାଶ ନିମନ୍ତେ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ସହ, ସମସ୍ତଙ୍କ ପାଇଁ ଜୀବନଜୀବିକା ପ୍ୟାକେଜ୍ , ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର, ଜଳସେଚନ, ପାନୀୟ ଜଳଯୋଗାଣ, ପରିଚ୍ଛନ୍ନତା, ଚାଷୀଙ୍କ ପାଇଁ ମାର୍କେଟିଂ ଭିତ୍ତିଭୂମି ଆଦିର ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ ଆଶାନୁରୂପ ଖଣି ରାଜସ୍ୱ ମିଳିନଥିବା ଏବଂ ଜିଏସଟି କ୍ଷତିପୂରଣ ବନ୍ଦ ଯୋଗୁ ଭାରତ ସରକାରଙ୍କ ଅନୁଦାନ ପରିମାଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି କରିଥିବା ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story