ଜମି କିଣାବିକା: ଏଣିକି ୨% ଷ୍ଟାମ୍ପ ଦେୟ, ନାତି-ନାତୁଣୀଙ୍କ ସମ୍ମତି ବି ଦରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂସମ୍ପତ୍ତି ଓ ଗୃହ ବିକ୍ରି ନିମନ୍ତେ କ୍ଷମତାପତ୍ର ଓ ଗୃହ ନିର୍ମାଣ ତଥା ବାସପଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଡ୍ୟୁଟିକୁ ୫%ରୁ ୨% ହ୍ରାସ କରାଗଲା। ଏହାସହିତ ଭୂସମ୍ପତ୍ତି ବିକ୍ରି ପାଇଁ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଷମତାପତ୍ର ଦଲିଲ ସମ୍ପାଦନ ପାଇଁ ବୋହୂ, ନାତି,ନାତୁଣୀ, ଜେଜେବାପା, ଜେଜେମା’ଙ୍କୁ ମଧ୍ୟ ସାମିଲ କରାଗଲା। ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ […]

Naveen Pattnaik

Naveen Pattnaik

Ordigital Desk
  • Published: Saturday, 17 July 2021
  • Updated: 18 July 2021, 08:17 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୂସମ୍ପତ୍ତି ଓ ଗୃହ ବିକ୍ରି ନିମନ୍ତେ କ୍ଷମତାପତ୍ର ଓ ଗୃହ ନିର୍ମାଣ ତଥା ବାସପଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଡ୍ୟୁଟିକୁ ୫%ରୁ ୨% ହ୍ରାସ କରାଗଲା। ଏହାସହିତ ଭୂସମ୍ପତ୍ତି ବିକ୍ରି ପାଇଁ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଷମତାପତ୍ର ଦଲିଲ ସମ୍ପାଦନ ପାଇଁ ବୋହୂ, ନାତି,ନାତୁଣୀ, ଜେଜେବାପା, ଜେଜେମା’ଙ୍କୁ ମଧ୍ୟ ସାମିଲ କରାଗଲା। ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବରେ ମୋହର ମାରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ନିର୍ମାଣକାରୀ ସଂସ୍ଥା ଓ ଜମି ମାଲିକଙ୍କ ମଧ୍ୟରେ ଆବଶ୍ୟକ ହେଉଥିବା ଦୁଇ ପ୍ରକାର ଦଲିଲ୍ ଯଥା ଭୂସମ୍ପତ୍ତି ଓ ଗୃହ ବିକ୍ରୟ ପାଇଁ ପାୱାର ଅଫ ଆଟର୍ଣ୍ଣିଂ ଓ ଗୃହନିର୍ମାଣ ଓ ବାସପଯୋଗୀ କରିବା ପାଇଁ ଚୁକ୍ତି ପତ୍ରକୁ କନଭେୟାନ୍ସ ଡିଡ୍ ଭାବେ ବିବେଚନା କରାଯାଇ ତଦନୁଯାୟୀ ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ କରାଯାଉଥିଲା। ତେବେ ଏହି ଦୁଇପ୍ରକାର ଦଲିଲ କରିବା ବ୍ୟୟବହୁଳ ହେଉଥିବା ଜମି ଓ ଗୃହ କିଣାବିକା ଏବଂ ନିର୍ମାଣ ସମୟରେ ଅନେକ ଆଇନଗତ ଜଟିଳତା ଦେଖା ଦେଉଥିଲା। ପ୍ରସ୍ତାବିତ ଷ୍ଟାମ୍ପ ଆଇନ ସଂଶୋଧନ, ନିବନ୍ଧିତ ଦଲିଲ ସଂଖ୍ୟାକୁ ବୃଦ୍ଧି କରିବା ସଙ୍ଗେସଙ୍ଗେ ରାଜସ୍ୱ ବୃଦ୍ଧି କରିବାରେ ଏହା ସହାୟକ ହେବ। ସେହିପରି ସମାନ ପକ୍ଷ ମଧ୍ୟରେ ଏବଂ ଏକା ସମ୍ପତ୍ତି ଉପରେ ପାୱାର ଅଫ୍ ଆଟର୍ଣ୍ଣିଂ ଓ ଡେଭଲପମେଣ୍ଟ ଏଗ୍ରିମେଣ୍ଟ ଭଳି ଦଲିଲ ସମ୍ପାଦନ କଲେ ଦ୍ୱିତୀୟ ଦଲିଲରେ ଷ୍ଟାମ୍ପ ଦେୟ ମାତ୍ର ୧ହଜାର ଟଙ୍କା ଦେବାକୁ ପଡ଼ିବ। ଷ୍ଟାମ୍ପ ଦେୟ ହ୍ରାସ କରିବା ଦ୍ୱାରା ସାଧାରଣ ଲୋକମାନେ ନିର୍ମାଣକାରୀ ସଂସ୍ଥାଠୁ ଅପେକ୍ଷାକୃତ କମ୍ ମୂଲ୍ୟରେ ଜମି ଓ ବାସଗୃହ କ୍ରୟ କରିପାରିବେ। ରାଜ୍ୟର ରାଜସ୍ୱ ବୃଦ୍ଧି ନିମନ୍ତେ ପୂର୍ବ ନିବନ୍ଧିତ ଦଲିଲର ପ୍ରମାଣିତ ନକଲ ପ୍ରାପ୍ତି ପାଇଁ ଷ୍ଟାମ୍ପ ଦେୟ ୧୦ଟଙ୍କାରୁ ୧୦୦ଟଙ୍କାକୁ ବୃଦ୍ଧି କରାଗଲା।

ସେହିପରି ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ-୧୯୬୨(ଆଇନ-୩୩)ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଅଧିନିୟମର ଧାରା ୩ର ଉପଧାରା(୪)ର ସଂଶୋଧନ ଦ୍ୱାରା ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ଜମି ଦଖଲ କରୁଥିବା ବ୍ୟକ୍ତିଙ୍କୁ ଲିଜ୍ ଆଧାରରେ କିମ୍ବା ପ୍ରସ୍ତାବିତ ଆଇନ ଆରମ୍ଭ ହେବାର ୩ବର୍ଷ ପୂର୍ବରୁ ଦଖଲରେ ଥିବା ବ୍ୟକ୍ତି ବା ଉତ୍ତରାଧିକାରୀଙ୍କ ସପକ୍ଷରେ ସରକାରଙ୍କୁ ଧାର୍ଯ୍ୟ ଅନୁଯାୟୀ ଏହାର ଦେୟ ପ୍ରଦାନ କରି ସ୍ଥାନାନ୍ତର ଯୋଗ୍ୟ ଅଧିକାର ସହିତ ସ୍ଥାୟୀ ଭାବେ ହସ୍ତାନ୍ତର ହୋଇପାରିବ। ଦୀର୍ଘଦିନ ଧରି ବିଚରାଧୀନ ଖସମାହଲ, ନାଜୁଲ, ଗ୍ରାମକଣ୍ଠ ପରମ୍ବୋକ କିମ୍ବା ଆବାଦି ବର୍ଗର ଜମିର ହସ୍ତାନ୍ତର କରିବାରେ ସାହାଯ୍ୟ ନିମନ୍ତେ ପ୍ରତିବନ୍ଧକୁ ଉଠାଇ, ନିଯୁକ୍ତି ତାରିଖ ୨୦୦୬ ଫେବୃୟାରୀ ୨୬ ତାରିଖ ଅବଧି ଉପଯୁକ୍ତ ଭାବେ ବଢ଼ାଯାଇ ଅଛି। ଉପଯୁକ୍ତ ଭାବେ ନିଯୁକ୍ତି ତାରିଖ ସ୍ଥାନାନ୍ତରିତ ଦ୍ୱାରା ଏସବୁ ଆବେଦନଗୁଡ଼ିକର ସମାଧାନ ମଧ୍ୟ ହୋଇପାରିବ।

ରାଜ୍ୟ କ୍ୟାବିନେଟର ଏହି ଦୁଇ ନିଷ୍ପତ୍ତି ଜଟଣୀ ନିର୍ବାଚନମଣ୍ଡଳୀର ୨୭ଟି ଗାଁର ଲୋକଙ୍କ ଜମି ମାଲିକାନାସତ୍ତ୍ୱକୁ ନେଇ ଲାଗି ରହିଥିବା ବିବାଦକୁ ସମାଧାନ କରିବାରେ ଅନେକାଂଶରେ ସହାୟକ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story