Advertisment

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଲଲିପପ୍ : ପାରିଶ୍ରମିକ ୫୦% ବଢ଼ାଇଲେ, ବାକି ଦାବି ଫାଙ୍କିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ପାରିଶ୍ରମିକରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଚିକିତ୍ସା ସୁବିଧା ଓ ମାସିକ ପେନସନ୍ ଅଂଶଦାନକୁ ମଧ୍ୟ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ମାତ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗତ ସପ୍ତାହରେ ଆଲୋଚନାବେଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ରଖିନଥିବା ଜଣାପଡ଼ିଛି । ସମାନ […]

ଅଦ୍ୟତନ ହୋଇଛି
ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

govt-office

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ପାରିଶ୍ରମିକରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଚିକିତ୍ସା ସୁବିଧା ଓ ମାସିକ ପେନସନ୍ ଅଂଶଦାନକୁ ମଧ୍ୟ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ମାତ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗତ ସପ୍ତାହରେ ଆଲୋଚନାବେଳେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ରଖିନଥିବା ଜଣାପଡ଼ିଛି । ସମାନ କାମକୁ ସମାନ ଦରମା ଓ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଏବେ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଓଡ଼ିଶା ଗ୍ରୁପ ସି ଓ ଡି ଚୁକ୍ତିନାମା ନିୟମ-୨୦୧୩ ଏବଂ ଓଡ଼ିଶା ଗ୍ରୁପ୍ ବି ଚୁକ୍ତିନାମା ନିୟମ-୨୦୧୩ରେ ସଂଶୋଧନକୁ ଅନୁମୋଦନ ମିଳିଛି । ‘ଚୁକ୍ତିଭିତ୍ତିକ’ ସରକାରୀ କର୍ମଚାରୀମାନେ ଏଣିକି ‘ପ୍ରାରମ୍ଭିକ ନିଯୁକ୍ତି’ ଭାବେ ବିବେଚିତ ହେବେ । ଚୁକ୍ତିଭିତ୍ତିକ ନିଯୁକ୍ତିରେ ସରକାରୀ କର୍ମଚାରୀମାନେ ଏବେ ଯେଉଁ ଦରମା ପାଉଛନ୍ତି ତା’ର ପ୍ରାୟ ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୨୫୦କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ଏହି ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିବ । ସେମାନେ ମେଡିକାଲ ଟ୍ରିଟ୍‌ମେଣ୍ଟ ବାବଦ ଅର୍ଥ ସରକାରଙ୍କଠୁ ନେଇପାରିବେ । ତେବେ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ କେବେଠୁ ଦିଆଯିବ ତାହା ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ ।

ସେହିପରି ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଥିଲେ ଯେ, ଜାତୀୟ ପେନସନ ସିଷ୍ଟମ(ଏନପିଏସ)ରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ମାସିକ ଅଂଶଧନ ବାବଦକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏହାସହିତ ଚାକିରି କାଳ ମଧ୍ୟରେ ମୃତ୍ୟୁ ହେଲ କର୍ମଚାରୀଙ୍କ ପରିବାରକୁ ପେନସନ ସୁଯୋଗ ମିଳିବ । ଏହି ବର୍ଦ୍ଧିତ ପେନସନ ଅଂଶଧନ ୨୦୧୯ ଏପ୍ରିଲ ୧ରୁ ଲାଗୁ ହେବ । ଏହାଫଳରେ ୨.୦୮ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ । ଏହି ଏନପିଏସ୍ ସୁବିଧା ମଧ୍ୟ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଯୋଗ୍ୟ କର୍ମଚାରୀ, ଓଡିଶା ଗ୍ରୁପ୍ ବି,ସି ଓ ଡି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଲାଗୁ ହେବ ।

Advertisment

ଅନ୍ୟପକ୍ଷରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ କହିଛନ୍ତି ଯେ, କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । କିନ୍ତୁ ଏହି ବର୍ଦ୍ଧିତ ଦରମା ୨୦୧୬ ଏପ୍ରିଲ ୧ରୁ ଲାଗୁ ହେବାକୁ ଆମେ ଦାବି କରିଥିଲୁ । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଆସିଲାପରେ ସରକାର କେବେଠୁ ଏହି ବର୍ଦ୍ଧିତ ଦରମା ଦେଉଛନ୍ତି ତାହା ଜଣାପଡ଼ିବ । ଏହାପରେ ହିଁ ମହାସଂଘ ନିଜର ଆଗାମୀ ରଣନୀତି ଚୂଡ଼ାନ୍ତ କରିବ । ମହାସଂଘ ପକ୍ଷରୁ ଆଲୋଚନାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ବର୍ଷର ଚାକିରି କାଳ ଆଧାରରେ ବରିଷ୍ଠତା ବିବେଚନା କରାଯିବାକୁ ସରକାରଙ୍କ ପାଖରେ ଦାବି କରାଯାଇଥିଲା । କିନ୍ତୁ କ୍ୟାବିନେଟରେ କେବଳ ୫୦ ପ୍ରତିଶତ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ସରକାର ଏହାକୁ ୨୦୧୬ ଏପ୍ରିଲରୁ ଲାଗୁ କରିବେ ବୋଲି ଆଶା କରୁଛୁ । ନଚେତ୍ ମହାସଂଘ ନିଜର ଅନ୍ୟାନ୍ୟ ଦାବି ସହ ଆନ୍ଦୋଳନ ଜାରି ରଖିବ । ସମାନ କାମକୁ ସମାନ ଦରମା ଓ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଚାଲିଛି । କୋର୍ଟରେ ମାମଲା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ପ୍ରାୟ ୫୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଅଛନ୍ତି।

Salary Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe